ପାରାଦୀପରେ ଜାହାଜରୁ କୋକେନ ଜବତ ଘଟଣାରେ ଏମଭି ଦେବୀ ଜାହାଜ ବିକ୍ରି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭଡ଼ା ନଦେବାରୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କର୍ତ୍ତୃପକ୍ଷ। ଜାହାଜ ଉପରେ ବକେୟା ରହିଛି ପ୍ରାୟ ୮ କୋଟି ଟଙ୍କା। ଗତବର୍ଷ ଡିସେମ୍ବରରେ ପାରାଦୀପରେ ଜାହାଜ ପହଞ୍ଚିଥିଲା । ଡିସେମ୍ବର ୧ରେ ୨୨ କେଜି କୋକେନ ଜବତ ହୋଇଥିଲା। ଜବତ କୋକେନର ମୂଲ୍ୟ ୨୦୦ କୋଟି ଟଙ୍କାରୁ ଅଧିକ ହେବ। ଜାହାଜ ଇଜିପ୍ଟରୁ ବାହାରି ପାରାଦୀପରେ ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *