ବିଜେଡି ଛାଡ଼ିଥିବା କଂଗ୍ରେସରେ ମିଶିଲେ ଛାତ୍ର ନେତା ହରିଶଙ୍କର ରାଉତ । କେସି ବେଣୁଗୋପାଳ ଓ ଭକ୍ତଚରଣ ଦାସଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିଛନ୍ତି । କିଛି ଦିନ ପୂର୍ବେ ସେ ବିଜୁ ଯୁବ ସଭାପତି ଚୟନକୁ ନେଇ ଅସନ୍ତୋଷ ପ୍ରକାଶ କରି ବିଜେଡିରୁ ଇସ୍ତଫା ଦେଇଥିଲେ ।

ସୂଚନା ଯୋଗ୍ୟ; ହରିଶଙ୍କର ରାଉତ ବିଜୁ ଯୁବ ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିଲେ । ଦଳ ତାଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଧୋକା ଦେଇଥିବାରୁ ସେ ଇସ୍ତଫା ଦେଇଥିଲେ । ତିନି ପୃଷ୍ଠାର ଇସ୍ତଫା ପତ୍ର ଲେଖି ଦଳର ସୁପ୍ରିମୋକୁ ପଥେଇଥିଲେ। ସେ ଲେଖିଛନ୍ତି, “ଦୀର୍ଘ କୋଡ଼ିଏ ବର୍ଷ ଦଳକୁ ସମର୍ପିତ କରିଥିଲି, ଦଳପ୍ରତି କେବେବି ବିଶ୍ୱାସଘାତକ କାମ କରିନାହିଁ । କିନ୍ତୁ ମୋତେ ଛାତ୍ର ସଭାପତି କରିବା ପାଇଁ ଆପଣଙ୍କର ଦଳର ଛାମୁଆ ସଙ୍ଗଠନ ବୁଝୁଥିବା ନେତାମାନେ ତିନି ଥର ପ୍ରତିଶ୍ରୁତି ଦେଇ ମୋ ସହ ଧୋକା କରିଥିଲେ । ଜଣେ ସ୍ୱାଭିମାନୀ ଓଡ଼ିଆ ହିସାବରେ ସ୍ୱାଭିମାନକୁ ବଳିଦେଇ ଆପଣଙ୍କର ଅଗତାନ୍ତ୍ରିକ ନିଷ୍ପତ୍ତିକୁ ସହିପାରିବି ନାହିଁ”।

Leave a Reply

Your email address will not be published. Required fields are marked *