ଉତ୍ତରାଖଣ୍ଡର ହରିଦ୍ବାରସ୍ଥିତ ମନସା ଦେବୀ ମନ୍ଦିରର ପାଦଚଲା ରାସ୍ତାରେ ଦଳାଚକଟା। ଏହି ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ସହିତ ଅନେକ ଆହତ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି। ଅନ୍ୟପଟେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ସୂଚନା ଯୋଗ୍ୟ; ପ୍ରତି ସପ୍ତାହାନ୍ତରେ ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣାରୁ ବହୁ ସଂଖ୍ୟକ ଭକ୍ତ ମନସା ଦେବୀ ମନ୍ଦିର ଦର୍ଶନ ପାଇଁ ହରିଦ୍ୱାର ଆସନ୍ତି। ଆଜି ପ୍ରାୟ ୮.୩୦ ସମୟରେ ମନ୍ଦିରରେ ପ୍ରବଳ ଭିଡ଼ ଜମା ହୋଇଥିଲା। ଏହି ସମୟରେ ରାସ୍ତା ଉପର ପାୱାର ଲାଇନ ତାର ଛିଣ୍ଡି ପଡିବା ଗୁଜବ ପରେ ଏହି ଘଟଣା ଘଟିଥିଲା, ଯାହା ପଥଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଯାହା ଫଳରେ ଦଳାଚକଟା ହୋଇଥିଲା। Post navigation ଏଫଏମ ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ନାବାଳିକା ଯୌନ ନିର୍ଯାତନା ମାମଲା: ଗିରଫ ପରେ ଭୁବନେଶ୍ବର କର୍ପୋରେଟର ଅମରେଶ ଜେନାଙ୍କୁ ନିଲମ୍ବନ କଲା ବିଜେଡି