ଆସନ୍ତା କାଲି ଓଡିଶା ଆସିବେ ନୂଆ ରାଜ୍ୟପାଳ । ଓଡ଼ିଶାରେ ପହଞ୍ଚି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ଜାନୁଆରୀ ୩ତାରିଖରେ ଓଡିଶାର ୨୭ ତମ ରାଜ୍ୟପାଳ ଭାବେ ଶପଥ ନେବେ ଡକ୍ଟର ହରିବାବୁ କମ୍ଭମପତି । ଓଡ଼ିଶାର ରାଜ୍ୟପାଳ ଥିବା ରଘୁବର ଦାସଙ୍କ ଇସ୍ତଫା ପରେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆସନ୍ତା ୩ ତାରିଖ ଦିନ ରାଜଭବନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ହରିବାବୁ କମ୍ଭମପତି ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ । ୨୦୨୧ ନଭେମ୍ବର ୫ରେ ୧୫ ତମ ମିଜୋରାମ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ମିଳିଥିଲା। ଏହାପରେ ରାଷ୍ଟ୍ରପତି ତାଙ୍କୁ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । Post navigation ଆସନ୍ତା ୧୫ ତାରିଖ ସୁଦ୍ଧା ସରିବ e-KYC ପ୍ରକ୍ରିୟା ପିଏମ୍ ଫସଲ ବୀମା ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି