କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ଷ୍ଟେନକୋଭିକଙ୍କ ବିବାହ ବିଚ୍ଛେଦକୁ ନେଇ ଅନେକ ସମୟରେ କିଛି ନା କିଛି ଶୁଣିବାକୁ ମିଳୁଥିଲା। ଏହି ଖବର ସେମାନଙ୍କ ଫ୍ୟାନଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାର ବିଷୟ ଥିଲା।

ଏବେ ସବୁ ଚର୍ଚ୍ଚା ଓ ଆଲୋଚନା ଉପରେ ପଡିଛି ପୂର୍ଣ୍ଣଛେଦ। ଆପୋଷ ବୁଝାମଣାରେ ଅଲଗା ହେଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ଷ୍ଟେନକୋଭିକ। ଏ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ୪ ବର୍ଷ ଏକାଠି ରହିବା ପରେ ନତାଶା ଓ ମୁଁ ଆପୋଷ ବୁଝାମଣାରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଆମ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ବହୁ ଚେଷ୍ଟା କରିଛୁ। ହେଲେ ଶେଷରେ ଅଲଗା ହେବାକୁ ନିଷ୍ପତ୍ତି ନେଲୁ। ଏଭଳି ନିଷ୍ପତ୍ତି ନେବା ଆମ ପାଇଁ ବହୁତ କଷ୍ଟକର ଥିଲା। ଆମେ ଏକାଠି ବହୁତ ସୁନ୍ଦର ମୁହୂର୍ତ୍ତ ବିତେଇଛୁ।

ଅଗସ୍ତ୍ୟ ଆମ ଜୀବନରେ ଅସରନ୍ତି ଖୁସି ଆଣିଦେଇଛି। ସେ ସବୁବେଳେ ଆମର ପ୍ରାଥମିକତା ରହିବ। ତା ଖୁସି ଆମେ ଯାହା ସମ୍ଭବ କରିବୁ। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ଆପଣଙ୍କ ସମର୍ଥନ ଚାହୁଁଛୁ।

 

Leave a Reply

Your email address will not be published. Required fields are marked *