ଶନିବାର ଦିନ ଭୁବନେଶ୍ୱରର ସତ୍ଯନଗର ମସାଣି ରୁ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀଙ୍କ ଅର୍ଦ୍ଧ ଦଗ୍ଧ ଶବକୁ କମିଶନରେଟ୍ ପୋଲିସ ଚିହ୍ନଟ କରିଛି, ମୃତକଙ୍କ ସମ୍ପର୍କୀୟ ମାନେ ଦାବି କରିଥିଲେ ଯେ ତାଙ୍କ ବୋହୂ ପୋଷ୍ଟମର୍ଟମ ନ କରି ଅନ୍ତିମ ସଂସ୍କାର କରୁଛନ୍ତି। ଅଭିଯୋଗ ଅନୁଯାୟୀ , ପୁତ୍ରବଧୂ ସମ୍ପର୍କୀୟଙ୍କୁ ନ ଜଣାଇ କିମ୍ବା ପୋଷ୍ଟମର୍ଟମ ନକରି ମୃତ ଆଶ୍ରୁକାନା ପ୍ରଧାନ (୭୯) ଙ୍କ ଅନ୍ତିମ ସଂସ୍କାର କରୁଥିଲେ। କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଅଭିଯୋଗ ପାଇବା ପରେ ପୋଲିସ ମୃତଦେହକୁ ଜବତ କରି ଶବ ବ୍ଯବଚ୍ଛେଦ ପାଇଁ ପଠାଇଥିଲା।ଅସଦାଚରଣ ସନ୍ଦେହ କରି ମୃତକଙ୍କ ଭାଇ ଦାବି କରିଛନ୍ତି ଯେ “ମୋ ସାନ ଭଉଣୀ ମୋତେ ମୋ ବଡ଼ ଭଉଣୀଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ, ମୁଁ ମୋ ଭଉଣୀକୁ ଗୋଟିଏ ବର୍ଷ ହେଲା ଦେଖିନାହିଁ କାରଣ ସେମାନେ ମୋତେ କିମ୍ବା ମୋ ପରିବାରକୁ ତାଙ୍କୁ ଦେଖିବାକୁ ଦେଇନଥିଲେ। ମୃତକ ଙ୍କ ସାନ ଭଉଣୀ ଦାବି କରିଛନ୍ତି ଯେ ସେ ପୋଲିସକୁ ଖବର ଦେଲି କାରଣ ସେ ଗତ ଦେଢ଼ ମାସ ଧରି ନିର୍ଯାତିତ ହୋଇଥିଲେ ଏବଂ ଗୃହବନ୍ଦୀ ଥିଲେ ଅନ୍ଯପକ୍ଷରେ ମୃତକଙ୍କ ବୋହୂ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ସେ ଯାହା କରିଛନ୍ତି ସେଥିରେ କିଛି ଭୁଲ୍ ନାହିଁ, ସେ ତାଙ୍କ ଶାଶୁଙ୍କୁ ଅସୁସ୍ଥତା ପରେ ଏକ ଘରୋଇ କ୍ଲିନିକକୁ ନେଇଥିଲେ , ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କଲେ। ପରେ, ସେ ଶବକୁ ସତ୍ଯନଗର ଶ୍ମଶାନକୁ ନେଇ,କାଗଜପତ୍ର ଯାଞ୍ଚ ପରେ ଅନ୍ତିମ ସଂସ୍କାର କରିଥିଲେ | Post navigation ଘରେ ପଶି ଓକିଲଙ୍କୁ ଏସିଡ୍ ମାଡ଼ ପୁରୀ ମନ୍ଦିର ରେ ପୋଲିସ ଅଧିକାରୀ ଙ୍କୁ ବଙ୍ଗୀୟ ପର୍ଯ୍ୟଟକ ଙ୍କ ଆକ୍ରମଣ