ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଭବାନୀପାଟଣା ଜୁନାଗଡ଼ ଜାତୀୟ ରାଜପଥ ୨୬ ଉପରେ ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ନିକଟରେ ଦରପୋଡ଼ା ବାଇକ ମଧ୍ୟ ପଡ଼ି ରହିଛି। କେଗାଁ ଥାନା ଏଏସଆଇ ପବିତ୍ର କିଛିଦିନ ହେବ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ।

ମୃତ ଏଏସଆଇ ପବିତ୍ର ଗୋଲାପି ନବରଙ୍ଗପୁର ଜିଲ୍ଲା ବୋରିଗୁମ୍ମାର । ସେ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ । ତେବେ କିଏ ଓ କଣ ପାଇଁ ଏପରି ବୀଭତ୍ସ କାଣ୍ଡ ଘଟଇଲା ଜଣାପଡିନି। ଘଟଣାସ୍ଥଳ ରେ ଧର୍ମଗଡ଼ ଏସଡିପିଓ ଏବଂ ଆଡିସନଲ ଏସପି ପହଁଚି ତଦନ୍ତ କରୁଛନ୍ତି । ତେବେ ଏଏସଆଇ ପବିତ୍ରଙ୍କୁ ହତ୍ୟା ପରେ ପୋଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *