ଗୁଜରାଟରେ ଭୁଶୁଡ଼ିଲା ପୋଲ। ମହୀସାଗର ନଦୀ ଉପରେ ଥିବା ୪୩ ବର୍ଷର ପୁରୁଣା ଗମ୍ଭୀରା ବ୍ରିଜ୍ ଭୁଶୁଡ଼ିଲା। ଯାହାଦ୍ବାରା ପୋଲ ଉପରେ ଦେଇ ଯାଉଥିବା ଏକାଧିକ ଗାଡ଼ି ନଦୀ ଭିତରକୁ ଖସି ପଡ଼ିଥିଲା । ପ୍ରାୟ ୨ଟି ଟ୍ରକ୍, ଗୋଟିଏ ପିକ୍ଅପ୍, ଅଟୋ, ବାଇକ ଭଳି ଗାଡ଼ିଗୁଡ଼ିକ ତଳକୁ ଖସି ପଡିଥିବା ଫଳରେ ଏ ପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେପଟେ ବ୍ରିଜ୍ ଭୁଶୁଡ଼ିବା ପରେ ବଡ଼ୋଦରା ଏବଂ ଆଣନ୍ଦ ମଧ୍ୟରେ ଯୋଗଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି । ସୂଚନା ଯୋଗ୍ୟ; ଆଜି ସକାଳରେ ମହୀସାଗର ନଦୀ ଉପରେ ଥିବା ଗମ୍ଭୀରା ବ୍ରିଜ୍ ହଠାତ୍ ମଝିରୁ ଦୁଇ ଫାଳ ହୋଇଯାଇଥିଲା । ସେଠାରେ ଯାଉଥିଲା ଏକାଧିକ ଗାଡ଼ି ନଦୀ ଭିତରକୁ ଖସି ପଡ଼ିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ନିକଟସ୍ଥ ଲୋକେ ଏବଂ ଡଙ୍ଗା ସାହାଯ୍ୟରେ ପ୍ରଥମେ ଉଦ୍ଧାର ଆରମ୍ଭ କରିଥିଲେ ଏହା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଘଟଣା ସ୍ଥଳକୁ ଏକ ଉଚ୍ଚ ସ୍ତରୀୟ କମିଟି ପଠାଇଛନ୍ତି । ଘଟଣାର ଅନୁଧ୍ୟାନ କରିବାକୁ ସଡ଼କ ଏବଂ ଗୃହ ନିର୍ମାଣ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ବ୍ରିଜ୍ ୧୯୮୫ ମସିହାରେ ନିର୍ମାଣ ହୋଇଥିଲା । Post navigation ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ ବିଶାଲ ଦାସଙ୍କୁ ଆୟକର ବିଭାଗର ପଚରଉଚୁରା; ପରିବାରକୁ ବିଜେପି ହଇରାଣ କରୁଥିବା ଅଭିଯୋଗ ଆଣିଲେ ଦୀପାଳି