ଅହମ୍ମଦାବାଦ ବିମାନବନ୍ଦରରୁ ୪ଜଣ ଇସଲାମିକ୍ ଷ୍ଟେଟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗୁଜରାଟ ଆଣ୍ଟି-ଟେରୋର୍ ସ୍କ୍ୱାର୍ଡ (ATS) ଅହମଦାବାଦ ବିମାନବନ୍ଦରରୁ ସେମାନଙ୍କୁ ଗିରଫ କରିଛି।ଅହମଦାବାଦ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ମିଳିବାର କିଛି ଦିନ ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ଆଣ୍ଟି-ଟେରୋର୍ ସ୍କ୍ୱାର୍ଡ। ଆତଙ୍କବାଦୀଙ୍କ ଠାରୁ ଯେଉଁ ଟିକେଟ ମିଳିଛି ସେଥିରୁ ସ୍ପଷ୍ଟ ହୋଇଛି କି, ସେମାନେ ପ୍ରଥମେ ଚେନ୍ନାଇ ଆସିଥିଲେ । ଇସଲାମିକ୍ ଷ୍ଟେଟର ଏହି ୪ ଜଣ ଆତଙ୍କବାଦୀ କଲମ୍ବୋରୁ ପ୍ରଥମେ ତାମିଲନାଡୁ , ପୁଣି ତାମିଲନାଡୁର ଅହମ୍ମଦାବାଦ ଆସିଥିଲେ । ଏପର୍ଯ୍ୟନ୍ତ ସେମାନଙ୍କର ପରିଚୟ ପ୍ରଦାନ କରାଯାଇନାହିଁ । ସୂତ୍ର ସୂଚନା ମୁତାବକ ଏହି ୪ ଜଣ ଆତଙ୍କବାଦୀ ଇସଲାମିକ୍ ଷ୍ଟେଟ୍ ସହ ଜଡିତ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ ଏହି ଆତଙ୍କବାଦୀଙ୍କ କନେକସନ ଶ୍ରୀଲଙ୍କା ସହ ଜଡିତ ବୋଲି ମଧ୍ୟ କୁହାଯାଇଛି । ଏହି ୪ ଜଣ ଆତଙ୍କବାଦୀ ଅହମ୍ମଦାବାଦ ଆସୁଥିବାର ସୂଚନା ମିଳିଥିଲା । କେନ୍ଦ୍ରୀୟ ଏଜେନ୍ସି ଗୁଜରାଟ ଏଟିଏସ ସହ ଯୋଗା ଯୋଗ କରି ସେମାନଙ୍କୁ ଅହମ୍ମଦାବାଦ ବିମାନ ବନ୍ଦରରୁ ଗିରଫ କରାଯାଇଛି । ଗୁଜରାଟ ଏଟିଏସ ଏହି ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରି ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଛି । ଆତଙ୍କବାଦୀମାନେ କେଉଁ ଉଦ୍ଦେଶ୍ୟରେ ଅହମ୍ମଦାବାଦ ଏୟାରପୋର୍ଟକୁ ଆସିଥିଲେ ତାହା ଉପରେ ଜେରା ଚାଲିଛି । Post navigation ରାଜ୍ୟରେ ଆଗାମୀ ୫ ଦିନ ଯାଏ ଲାଗି ରହିବ କାଳବୈଶାଖୀର ପ୍ରଭାବ ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ସୋ’