ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଅଫିସର ଅନ୍ ସ୍ପେସାଲ ଡ୍ୟୁଟି (ଓଏସଡି ) ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନ୍ ଅନୁସାରେ ଅତିରିକ୍ତ ସଚିବ ବା ଯୁଗ୍ମ ସଚିବ ପାହ୍ୟା ଅଫିସର ବ୍ୟକ୍ତିଗତ ସଚିବ ହୋଇପାରିବେ । ସେହିପରି ଯୁଗ୍ମ ସଚିବ ବା ଅନୁ ସଚିବ ପାହ୍ୟା ଅଫିସର ଓଏସଡି ହୋଇପାରିବେ । ତେବେ ଓଏସଡି ପ୍ରାଇଭେଟ ସେକ୍ରେଟାରୀଙ୍କ ଠାରୁ ଗୋଟିଏ ରାଙ୍କ ଜୁନିୟର ହୋଇଥିବା ଆବଶ୍ୟକ । ଏଥିସହିତ ପୂର୍ବରୁ ପ୍ରାଇଭେଟ ସେକ୍ରେଟାରୀ, ଓଏସଡି ଥିଲେ ସେନେଇ ୫ ବର୍ଷର ବ୍ୟବଧାନ ରହିଥିବା ଜରୁରୀ । ବର୍ତ୍ତମାନର ନିଯୁକ୍ତି ଓ ପୂର୍ବ ନିଯୁକ୍ତି ମଧ୍ୟରେ ପାଞ୍ଚ ବର୍ଷର ବ୍ୟବଧାନ ରହିବା ବାଞ୍ଛନୀୟ ଅଟେ ବୋଲି କୁହାଯାଇଛି । ସମ୍ପୃକ୍ତ ଅଧିକାରୀଙ୍କ ନାମରେ କୌଣସି ମାମଲା ବିଚାରାଧୀନ ନଥିବା ଜରୁରୀ ଅଟେ । ଶୃଙ୍ଖଳାଗତ, ଭିଜିଲାନ୍ସ କିମ୍ବା ଫୌଜଦାରୀ ମାମଲା ନଥିବା ଆବଶ୍ୟକ । Post navigation ଆରଆଇ-ଅମିନ ପରୀକ୍ଷା ବିଭ୍ରାଟ ଘଟଣା: ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ ଓଡ଼ିଶାରେ ସବୁ ସରକାରୀ କୋଠା ହେବ କମଳା ରଙ୍ଗ