guard-of-honour-to-former MLA Devendra Sharma
ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କୁ ଆଜି ବିଧାନସଭା ପରିସରରେ ଶେଷ ଦର୍ଶନ କରିବା ସହିତ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଦେଇ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
 
ଏଥିସହ ବିଧାନସଭା ପରିସରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।
 
କେନ୍ଦ୍ରାପଡ଼ା ଆଳି ବିଧାନସଭା ଆସନରୁ ଲଢ଼ି ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ ଦେବେନ୍ଦ୍ର । ଦୀର୍ଘଦିନ ଧରି ମଧୁମେହ ରୋଗରେ ଆକ୍ରାନ୍ତ ଥିବା ଦେବେନ୍ଦ୍ର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *