ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲା ବାଲିକୁରୁମା ପଥର ଖାଦାନରେ ବଡ଼ ବିସ୍ଫୋରଣ। ପଥର ଖଣିରେ ବ୍ଲାଷ୍ଟିଂ ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୬ ଜଣ ଓଡ଼ିଆ ଶ୍ରମିକ ଥିବା ଜଣାପଡିଛି । ୬ ଓଡ଼ିଆ ମୃତକ ମଧ୍ୟରୁ ୨ ଜଣ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଢେପାଗୁଡ଼ା ପଞ୍ଚାୟତ ଅଲରା ଗାଁର ଥିବା ବେଳେ ଆଉ ୪ ଜଣ ଦିଗପହଣ୍ଡିର ବୋଲି ଜଣାପଡିଛି ।

ସୂଚନା ଯୋଗ୍ୟ; ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲା ବାଲିକୁରୁମା ପଥର ଖାଦାନରେ ପଥର ଖଣିରେ ବ୍ଲାଷ୍ଟିଂ ବେଳେ ବଡ଼ ବଡ଼ ପଥର ଖସି ପଡ଼ିଥିଲା। ପଥର ଧସିବା ସମୟରେ ଘଟଣାସ୍ଥଳରେ ୧୬ ଜଣ ଶ୍ରମିକ ଉପସ୍ଥିତ ଥିଲେ। ଶ୍ରମିକମାନେ ଭଗ୍ନାବଶେଷ ତଳେ ଫସି ରହିଥିଲେ। ପଥର ଭୁଶୁଡ଼ି ପଡ଼ିବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଦଶ ଜଣ ଗୁରୁତର ଆହତ ହୋଇଥିଲେ। ଏହାପରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି । ଆହତମାନଙ୍କୁ ନରସାରାଓପେଟର ଏକ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି

 

Leave a Reply

Your email address will not be published. Required fields are marked *