ଓଡ଼ିଶାର ନକ୍ସଲ ପ୍ରଭାବିତ ଅଞ୍ଚଳର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଆଜି ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅନୁଯାୟୀ, ଏଲଡବ୍ଲୁଇ ଦ୍ୱାରା ପ୍ରଭାବିତ ୧୦ଟି ଜିଲ୍ଲାରେ ସରକାରୀ ଯୋଜନାଗୁଡିକର ଶତପ୍ରତିଶତ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ସମସ୍ତ ବିଭାଗ ସମନ୍ୱୟ ମୋଡରେ କାର୍ଯ୍ୟ କରିବେ। ଜିଲ୍ଲାର ୫୮୩ଟି ଗାଁର ଲୋକେ ଉପକୃତ ହେବେ।

ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର ଗାଁରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ। ଏହି କାର୍ଯ୍ୟକ୍ରମର କାର୍ଯ୍ୟକାରିତା ପାଇଁ ସରକାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ମନିଟରିଂ କମିଟି ଗଠନ କରିଥିଲେ। ବିଭିନ୍ନ ବିଭାଗର ସଚିବମାନେ ରାଜ୍ୟସ୍ତରୀୟ କମିଟିର ସଦସ୍ୟ ରହିବେ। ଜିଲ୍ଲାସ୍ତରରେ ଏହି କମିଟିରେ ଜିଲ୍ଲାସ୍ତରୀୟ ଅଧିକାରୀ ରହିବେ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ହେବ। ବ୍ଲକସ୍ତରରେ ଏହି କମିଟିରେ ବ୍ଲକସ୍ତରୀୟ ଅଧିକାରୀ ରହିବେ ଏବଂ ବିଡିଓଙ୍କ ଅଧ୍ୟକ୍ଷତାରେ ଗଠିତ ହେବ।

କାର୍ଯ୍ୟକ୍ରମ ଜରିଆରେ ସରକାରୀ ଯୋଜନାଗୁଡ଼ିକର ସୁଫଳ ରୂପାୟନ ହେବ। ଏହାର ଦୁଇଟି ମୁଖ୍ୟ ଉପାଦାନ ରହିଛି, ପ୍ରତ୍ୟେକ ଗ୍ରାମ/ଗୋଷ୍ଠୀସ୍ତରରେ ସରକାରୀ ଯୋଜନାର ୧୦୦% ଲାଭ ଏବଂ ପ୍ରତ୍ୟେକ ବ୍ୟକ୍ତି/ପରିବାରକୁ ସରକାରୀ ଯୋଜନାର ଶତ ପ୍ରତିଶତ ଲାଭ ମିଳିବ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। ଏହି ପଦକ୍ଷେପର ସଠିକ ରୂପାୟନ ଯାଞ୍ଚ କରିବା ପାଇଁ, ରିଅଲ ଟାଇମ୍ ମନିଟରିଂ ପାଇଁ ଏକ ଏଲଡବ୍ଲୁଇ ଡ୍ୟାସବୋର୍ଡ ବିକଶିତ କରାଯିବ। ତୃଣମୂଳ ସ୍ତରରେ ଏହି କାର୍ଯ୍ୟକ୍ରମର କାର୍ଯ୍ୟକାରିତା ପାଇଁ ସ୍ବତନ୍ତ୍ର ସଚେତନତା ଅଭିଯାନ, ଗ୍ରାମସଭା, ଅଭିଯୋଗ ଶୁଣାଣି ଓ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରାଯିବ।

Leave a Reply

Your email address will not be published. Required fields are marked *