ବହୁ ଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହାମ ଷ୍ଟେନ୍‌ସ ଓ ତାଙ୍କ ଦୁଇ ଶିଶୁପୁତ୍ରର ହତ୍ୟା ମାମଲାରେ ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ୬ ସପ୍ତାହ ଭିତରେ ଜବାବ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ୧୯୯୯ରେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ପୋଡ଼ି ମାରିଥିଲା ଦାରା ସିଂ । ଦାରା ସିଂର ମୁକ୍ତି ଆବେଦନ ଉପରେ ଜବାବ ମାଗିଲେ କୋର୍ଟ । ୨୪ ବର୍ଷର ଜେଲ୍‌ ଜୀବନ ପରେ ମୁକ୍ତି ଆବେଦନ କରିଛି ଦାରା ସିଂ ।

ସୂଚନା ମୁତାବକ, ଅଷ୍ଟ୍ରେଲିୟ ମିସନାରୀ ଗ୍ରାହାମ ଷ୍ଟେନ୍‌ସ ଥିଲେ ଖ୍ରୀଷ୍ଠ ଧର୍ମ‌ ପ୍ରଚାରକ । ୨୩ ଜାନୁଆରୀ ୧୯୯୯ ମସିହାରେ, ଓଡ଼ିଶାର କେଉଁଝରରେ ଥିବା ମନୋହରପୁର ଗ୍ରାମରେ ତାଙ୍କୁ ନିଜର ଦୁଇଟି ପୁଅ ଫିଲିପ (୧୦ ବର୍ଷ) ଓ ଟିମୋଥିଙ୍କ (୬ ବର୍ଷ) ସ‌ହ ଜୀବନ୍ତଦଗ୍ଧ କରିଦିଆଯାଇଥିଲା । ସେମାନେ ରାତିରେ ଗାଡି ଭିତରେ ଶୋଇବା ସମୟରେ ଏହି ଘଟଣାଟି ଘଟିଥିଲା । ୨୦୦୩ ମସିହାରେ, ବଜରଙ୍ଗ ଦଳ ନେତା , ଦାରା ସିଂହକୁ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ପୁଅ ମାନଙ୍କ ହତ୍ୟାର ଦୋଷରେ ଆଜୀବନ କାରାଦଣ୍ଡ ମିଳିଥିଲା ।

Leave a Reply

Your email address will not be published. Required fields are marked *