ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ ରିପୋର୍ଟକୁ ନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଆଉ ଦୁଇ କି ଚାରି ଦିନରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ। ଚଟାଣ ତଳେ କିମ୍ବା କାନ୍ଥରେ କୌଣସି ମୂଲ୍ୟବାନ ଗୁପ୍ତ ଧନ ଓ ଗୁପ୍ତ ସୁଡ଼ଙ୍ଗ ରହିଥିଲେ ସର୍ଭେ ରିପୋର୍ଟ ଆସିଲେ ସ୍ପଷ୍ଟ ହୋଇଯିବ । ଏହାପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ। ଏହାଛଡ଼ା ପୂର୍ବରୁ ରତ୍ନଭଣ୍ଡାରରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଅଭିଯୋଗ ସତ୍ୟାସତ୍ୟକୁ ଯାଞ୍ଚ କରି ସ୍ଥାୟୀ ମରାମତି କରିବା ନିମନ୍ତେ ଅତ୍ୟାଧୁନିକ ବୈଷୟିକଜ୍ଞାନ କୌଶଳ ବ୍ୟବହାର କରାଯାଇଥିଲା । ଯଦି ରତ୍ନଭଣ୍ଡାରରେ କିଛି ରତ୍ନ କିମ୍ବା ସୁଡ଼ଙ୍ଗ ନାହିଁ ତେବେ ସର୍ଭେ ରିପୋର୍ଟ ଆସିଲେ ଏଏସଆଇ ମରାମତି କରିବ। Post navigation ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମହାପ୍ରସାଦ କୁଡୁଆ ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ମାମଲା: ଭଲ ଅଛି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା