ବଜାରରେ ମିଳୁଛି ନକଲି ମେଡିସିନ୍। ରାଜ୍ୟରେ ଗତ ୪ ବର୍ଷରେ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ ହେଲାଣି । ଏ ନେଇ ଆଜି ଗୃହରେ ତଥ୍ୟ ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ବିଜେଡ଼ି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଗତ ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି । ସେହପିର ସେହିଭଳି ୩୮୮ଟି ନିମ୍ନମାନର ମେଡିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି, ଅର୍ଥାତ ଏହି ମେଡ଼ିସିନ୍ NSQ ବା NOT OF STANDARD QUALITY । ୩୮୮ଟି ନିମ୍ନମାନର ମେଡିସିନ୍ ଜବତ ହୋଇଛି । ପ୍ରାୟ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କରିଛନ୍ତି ସରକାର । ୨୦୨୧-୨୨ରେ ୭୯, ୨୦୨୨-୨୩ରେ ୬୪ଟି, ୨୦୨୩-୨୪ ରେ ୧୪ ଓ ୨୦୨୪-୨୫ ରେ ୧୧ଟି ନକଲି ମେଡିସିନ୍ ଚିହ୍ନଟ ହୋଇଛି ।

ସେହିପରି ୨୦୨୧-୨୨ରେ ୮୩, ୨୦୨୨-୨୩ରେ ୧୫୬ଟି, ୨୦୨୩-୨୪ ରେ ୬୯ ଓ ୨୦୨୪-୨୫ ରେ ୮୦ଟି ନିମ୍ନମାନର ମେଡ଼ିସିନ୍ ଜବତ ହୋଇଛି । ଯେଉଁଥିରେ ପାନ୍-୪୦, ପାନଟପ୍, ପାନ୍-ଡି, ଜିରୋଡଲ୍ ଏସପି, ଟେଲମା-୪୦, ଆରଏଲ୍ ୫୦୦, ଓ୨ ଭଳି ମେଡ଼ିସିନ୍ ସାମିଲ ରହିଛି ।

Leave a Reply

Your email address will not be published. Required fields are marked *