ଚଳତବର୍ଷ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ଙ୍କ ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷାର ବିବାଦ ସାରାରାଜ୍ୟରେ ଲାଗିରହିଥିବା ବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ରାଜ୍ୟ ସରକାର ଜଲ୍ଦୀ ଏହି ସଂପର୍କରେ ନିଷ୍ପତି ନେବେ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି ।

ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଚଳିତବର୍ଷ ଆରଆଇ, ଏଆରଆଇ, ଅମିନ ଏବଂ ଆଇସିଡିଏସ ସୁପରଭାଇଜର ଆଦି ପରୀକ୍ଷାର୍ଥୀଙ୍କଠାରୁ ଓଏସଏସଏସସି ଦ୍ବାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ହୋଇଥିବା ସମସ୍ତ ଅନିୟମିତତା ଅଭିଯୋଗକୁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ତଜର୍ମା କରାଯାଉଛି। ପରୀକ୍ଷାରେ ତ୍ରୁଟି ଦର୍ଶାଇ ବାତିଲ୍‌ ଦାବି କରି ଆସୁଛନ୍ତି ବହୁ ପରୀକ୍ଷାର୍ଥୀ । ଖୁବଶୀଘ୍ର ସରକାର ଏନେଇ ଉଚିତ୍ ନିଷ୍ପତ୍ତି ନେବେ । ରାଜ୍ୟ ସରକାର ଏହି ବିଷୟକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି ଓ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏକ ନିରପେକ୍ଷ ଓ ସ୍ୱଚ୍ଛ ନିଯୁକ୍ତି ପରୀକ୍ଷା କରିବା ପାଇଁ ପ୍ରତିବଦ୍ଧ । ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ପରିଚାଳିତ ଉକ୍ତ ପରୀକ୍ଷାଗୁଡ଼ିକର ପରିଚାଳନାର ସମସ୍ତ ଦିଗ ତଥା ପ୍ରାସଙ୍ଗିକ ପରିସଂଖ୍ୟାନକୁ ତର୍ଜମା କରାଯାଉଛି ଓ ସରକାରଙ୍କ ଦ୍ୱାରା ଅତିଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published. Required fields are marked *