ରାଜ୍ୟପାଳଙ୍କ ଗସ୍ତବେଳେ ବିଦ୍ୟୁତକାଟ୍। ସାମନାକୁ ଆସିଲା ବିଦ୍ୟୁତ ବିଭାଗର ଅପାରଗତା ପୁରୀରେ ଅନ୍ଧାରରେ ବୁଲିଲେ ରାଜ୍ୟପାଳ । ପୁରୀ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିବାକୁ ରାଜ୍ୟପାଳ ଯାଉଥିବା ବେଳେ ହୋଇଛି ବିଦ୍ୟୁତକାଟ୍। ମୋବାଇଲ ଫ୍ଳାସ ଲାଇଟ୍ରେ ପ୍ରାୟ ୧ ଘଣ୍ଟା ଧରି ବୁଲି ଅନ୍ଧାରରେ ଦେଖିଲେ ହିତାଧିକାରୀଙ୍କ ଘର । ଏଭଳି ଘଟଣା ଘଟିଛି ପୁରୀ ଭିଆଇପି ରୋଡସ୍ଥିତ ବୈଷ୍ଣବ ଦେବୀ ଗଳିରେ । ଏଭଳି ସ୍ଥିତି ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସୂଚନା ଯୋଗ୍ୟ; ଗତକାଲି ରାଜ୍ୟପାଳ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାମ ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା ମାଧ୍ୟମରେ ପାଇଥିବା ହିତାଧିକାରୀଙ୍କ ଘର ପରିଦର୍ଶନ କରିବାକୁ ଯାଇଥିଲେ । ହିତାଧୀକାରୀଙ୍କଘର ବୁଲିବା ସମୟରେ ପାୱାର କଟ୍ ହୋଇଥିଲା । ଏତେ ସମୟ କିଭଳି ପାୱାର କଟ ହେଲା ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । Post navigation ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା : ବିଜୁଳି, ଘଡ଼ଘଡ଼ି ସହ ହୋଇପାରେ କୁଆପଥର ବର୍ଷା ରେଳ ଲାଇନକୁ ବିରୋଧ କରି ଉତ୍ତେଜନା: ପ୍ରାୟ ୨୪ ଘଣ୍ଟା ହେବ ମୃତଦେହ ରଖି ଧାରଣାରେ ଗ୍ରାମବାସୀ