ସୁଭଦ୍ରା ଯୋଜନାକୁ ନେଇ ସୋସିଆଲ ମିଡିଆରେ ପ୍ରଚାରିତ ମିଥ୍ୟା ଖବରରେ ଭ୍ରମିତ ନହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଆଜି ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି। ଚଳିତ ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ।

ଏହାସହ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଯିବ। ହେଲେ ଏଯାବତ ୨ୟ ପର୍ଯ୍ୟାୟରେ ୧ ଟଙ୍କା ପଠାଯାଇନାହିଁ। ତେବେ ସୋସିଆଲ ମିଡିଆ ଦ୍ୱାରା ପ୍ରଭାବିତ ନହୋଇ ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ସମସ୍ତ ଅପଡେଟ ଖବର ପାଇଁ ସୁଭଦ୍ରାର ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ ଅଥବା ଟୋଲ ଫ୍ରୀ ନମ୍ବର(୧୪୬୭୮)କୁ କଲ କରନ୍ତୁ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *