ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ବିଭାଗ ରେଡ କରିବା ପରେ ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍‌ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ ଗିରଫ ହୋଇଛନ୍ତି। ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ।

ତେବେ ସରକାରୀ ଟିକସ ହେରଫେର ଅଭିଯୋଗରେ ଶନିବାର ବିନୟଙ୍କ ଘରେ ଚଢଉ କରିଥିଲା ଭିଜିଲାନ୍ସ। ଜଣେ ଡିଲରଙ୍କଠାରୁ ଜବତ ସ୍କ୍ରାପ୍କୁ ଅନ୍ୟତ୍ର ବିକ୍ରି କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ପ୍ରାୟ ୫.୮୫ ଲକ୍ଷ ଟଙ୍କା ହେରଫେର କରିଥିବା ଜଣାପଡ଼ିବାରୁ ଭିଜିଲାନ୍ସର ଏକ ଟିମ ବିନୟଙ୍କ ଭୁବନେଶ୍ୱର ୟୁନିଟ ୨ରେ ଥିବା କ୍ୱାର୍ଟର୍ସ ଓ ଖୋର୍ଦ୍ଧାରେ ଥିବା ପୈତୃକ ଘର ସମେତ ୫ଟି ସ୍ଥାନରେ ଚଢଉ କରିଥିଲା।

Leave a Reply

Your email address will not be published. Required fields are marked *