ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ (NSAB)ର ପୁନର୍ଗଠନ । ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ R&AW ମୁଖ୍ୟ ଆଲୋକ ଯୋଶୀ । । ଜମ୍ମୁ-କାଶ୍ମୀରର ପହଲଗାମରେ ହିନ୍ଦୁମାନଙ୍କ ହତ୍ୟାକାଣ୍ଡ ପରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି ସରକାର । ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ ପୁନର୍ଗଠନ କରାଯାଇଛି । ଏହି ବୋର୍ଡ ଦେଶର ସୁରକ୍ଷା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ପରାମର୍ଶ ପ୍ରଦାନ କରିବ। ସୁରକ୍ଷା ସହ ଜଡ଼ିତ ୭ ପ୍ରମୁଖ ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ କମିଟି କରାଯାଇଛି। ସମସ୍ତ ସାତ ଜଣ ନିଜ ନିଜ କ୍ଷେତ୍ରରେ ବିଶେଷଜ୍ଞ ହେବେ। କମିଟିରେ ପୂର୍ବତନ ୱେଷ୍ଟର୍ଣ୍ଣ କମାଣ୍ଡର ଏୟାର ମାର୍ଶଲ ପିଏମ୍ ସିହ୍ନା । ପୂର୍ବତନ ସଦର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏକେ ସିଂ । ଅବସରପ୍ରାପ୍ତ ଆଡମିରାଲ ମଣ୍ଟି ଖାନ୍ନା ମଧ୍ୟ ନୂଆ କମିଟିରେ ସ୍ଥାନିତ । ଅବସରପ୍ରାପ୍ତ IPS ରାଜୀବ ରଂଜନ ବର୍ମା ଓ ମନମୋହନ ସିଂ । ୭ ଜଣିଆ ପୁନର୍ଗଠିତ ବୋର୍ଡରେ IFS ବି ଭେଙ୍କଟେଶ ବର୍ମା । ପରିବର୍ତ୍ତିତ ପରିସ୍ଥିତିରେ ଏହି ବୋର୍ଡର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । Post navigation ଡ୍ରପ୍ ଆଉଟ୍ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ; ଆଜିଠାରୁ ମେ’ ୫ ତାରିଖ ଯାଏଁ ଚାଲିବ ସର୍ଭେ ଅବକାରୀ ଅଧୀକ୍ଷକଙ୍କ ବିପୁଳ ସମ୍ପତ୍ତି ଠାବ; ୨ଟି ବହୁତଳ କୋଠା ରହିଛି ୮ଟି ଦାମୀ ପ୍ଲଟ୍