ଆଜି ପୁଣି ବଢିଲା ସୁନାଦର । ଆଜି ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୭୦ ଟଙ୍କା ବଢ଼ିଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୮୦୦ ଟଙ୍କା ବଢ଼ିଛି । ଏବେ ସୁନାଦର ବୃଦ୍ଧି ପାଇ ୨୪ କ୍ୟାରେଟ୍ ସୁନାର ଦାମ୍ ୮୭ ହଜାର ୯୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୮୦ ହଜାର ୬୦୦ ଟଙ୍କା ରହିଛି ।
ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ରେକର୍ଡ ୨୯୦୦ ଡଲାରରେ ପହଞ୍ଚିଛି। ଇସ୍ପାତ ଓ ଆଲୁମିନିୟମ୍ ଉପରେ ୨୫ ପ୍ରତିଶତ ଟିକସ ଲଗାଇବାକୁ ଟ୍ରମ୍ପ ଘୋଷଣା କରିବା ପରଠାରୁ ସୁନା ମୂଲ୍ୟ ବଢିବାରେ ଲାଗିଛି।
ଅନ୍ୟପଟେ ଏହି ପରି ଦିନକୁ ଦିନ କ୍ରମାଗତ ଭାବେ ସୁନା ଦର ବୃଦ୍ଧି ପାଇଲେ ଆଗାମୀ ଦିନରେ ୨୪ କ୍ୟାରେଟ୍ ସୁନା ଦର ୯୦ ହଜାର ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି ।