ଆଜି ପୁଣି ଉପରମୁହାଁ ସୁନାଦର । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି ପାଇ ହେଲା ୧ ଲକ୍ଷ ୩୮ ହଜାର ୫ ଶହ ୫୦ ଟଙ୍କା । ୨୨ କ୍ୟାରେଟ୍ ୨୨ ଶହ ବୃଦ୍ଧି ପାଇ ହେଲା ଲକ୍ଷେ ୨୭ ହଜାର । ସୁନା ସହ ରୁପା ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଛି ।

ସୂଚନା ଯୋଗ୍ୟ; ୨୪ କ୍ୟାରେଟ୍ ସୁନା ଦର ଗ୍ରାମ୍ ପିଛା ୧୩, ୮୧୨ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ଗ୍ରାମ୍ ପିଛା ରହିଛି ୧୨,୪୦୦ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ଦର ୧୦୧୪୮ ଟଙ୍କା ରହିଛି । ଭୁବନେଶ୍ୱରରେ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନାର ଦାମ ୧୩, ୮୫୫ଟଙ୍କା, ୨୨ କ୍ୟାରେଟ୍ ସୁନାର ଦାମ ୧୨, ୭୦୦ ଏବଂ ୧୮ କ୍ୟାରେଟ୍ ସୁନାର ଦାମ ୧୦, ୩୯୧ଟଙ୍କା ରହିଛି ।

ସେହିପରି ଆଜିର ରୁପାର ଦାମ ମଧ୍ୟ ଗତକାଲି ଅପେକ୍ଷା ଗ୍ରାମ ପିଛା ୪ଟଙ୍କା ଏବଂ କେଜି ପିଛା ୪୦୦ ଟଙ୍କା ବୃଦ୍ଧି ପାଇଛି । ରୁପା ମୂଲ୍ୟ ଗ୍ରାମ ପିଛା ୨୨୩ ଟଙ୍କା ରହିଥିବାବେଳେ କେଜି ପିଛା ୨ ଲକ୍ଷ ୨୩ ହଜାର ରହିଛି । ଭୁବନେଶ୍ୱରରେ ରୁପା ମୂଲ୍ୟ କିଲୋ ପିଛା ୨ ଲକ୍ଷ ୩୪ ହଜାର ରହିଛି ।

Leave a Reply

Your email address will not be published. Required fields are marked *