ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ । ଆଜି ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଉପସନା ମହାପାତ୍ର ପଚାରିଥିବା ପ୍ରଶ୍ନ ରାଜ୍ୟର କେଉଁ ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି ଏବଂ ଖଣି ସନ୍ଧାନକାରୀ ଦଳ ଖଣି ଉପରେ କେଉଁ ରିପୋର୍ଟ ଦେଉଛନ୍ତି?

ଏହାର ଉତ୍ତରରେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ରାଜ୍ୟର ଦୁଇଟି ଜିଲ୍ଲାରେ ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି ।  ଦେବଗଡ଼ରେ ଭାରତୀୟ ଭୂବୈଜ୍ଞାନିକ ସଂସ୍ଥା- ଜିଏସଆଇ ଦ୍ବାରା ଜି-୨ସ୍ତରର ଅନୁସନ୍ଧାନ ସରିଛି  । ସେହିପରି କେନ୍ଦୁଝରରେ ଜିଏସଆଇ ଓ ରାଜ୍ୟ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ସହଭାଗିତାରେ ଜି-୨ ସ୍ତରର ଅନୁସନ୍ଧାନ କାର୍ଯ୍ୟ ଚାଲୁରହିଛି ।  ଅନୁସନ୍ଧାନକାରୀ ସଂସ୍ଥା ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

Leave a Reply

Your email address will not be published. Required fields are marked *