ବଢ଼ିଲା ସୁନା, ରୁପା ଦର । ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପଙ୍କ ଘୋଷଣା ପରେ ସୁନା, ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ସେୟାର ବଜାରରେ ମଧ୍ୟ ଅଭିବୃଦ୍ଧି ଘଟିଛି । ଏଇ ଦୁଇ ଦିନ ହେଲା ସୁନା-ରୁପା ଦର ସ୍ବଳ୍ପ ହ୍ରାସ ପାଇଥିଲା । ଲଗାତର ସୁନାଦର କମି ଲକ୍ଷେ ୨୮ ହଜାରକୁ ଖସିଥିଲା । ହେଲେ ପୁଣି ସୁନା ଓ ରୁପା ଦର ଯଥେଷ୍ଟ ବୃଦ୍ଧି ପାଇଛି । ୧୦ ଗ୍ରାମ ସୁନା ପିଛା ଦର ୧ ଲକ୍ଷ ୪୬ ହଜାର ଟପିଛି । ବର୍ତ୍ତମାନ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୩ ହଜାର ୪୫୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ଏମ୍ସିଏକ୍ସ ରୂପା ପ୍ରାୟ ୬% ବଢ଼ି ୧ କିଲୋଗ୍ରାମ୍ ରୂପା ୨ ଲକ୍ଷ ୩୬ ହଜାର ଛୁଇଁଛି । ରୂପା କିଲୋ ପିଛା ସାଢ଼େ ୧୧ ହଜାର ଟଙ୍କା ବଢ଼ିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୬,୬୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୪,୪୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୬,୬୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୪,୪୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୪୬,୬୭୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୩୪,୪୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୪୬,୮୨୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୩୪,୬୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୦,୦୦୦ ଟଙ୍କା ହୋଇଛି । Post navigation Malkangiri Bandh: ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା Anonymous Posters Of Biju-Nabin Foundation: ରାଜଧାନୀରେ ବିଜୁ-ନବୀନ ଫାଉଣ୍ଡେସନର ବେନାମୀ ପୋଷ୍ଟର