କଂଗ୍ରେସ ସହ ବିଜେଡି ମେଣ୍ଟ କରି ରାଜ୍ୟରେ ନୂଆ କରି ସରକାର ଗଢ଼ିବ ବୋଲି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି। କୁଜଙ୍ଗରେ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଉଦବୋଧନ ଦେଇ ସେ ଏହି ପ୍ରସଙ୍ଗ ଉଠାଇଥିଲେ। ତେବେ ଦେବାଶିଷଙ୍କ ଏହି ମେଣ୍ଟ ପ୍ରସଙ୍ଗରେ ବିଜେପି ମଧ୍ୟ ପ୍ରତିକ୍ରିୟା ରଖି ବିଜେଡି ଉପରେ ବର୍ଷିଛି।

ଏହି ପ୍ରସଙ୍ଗରେ ବିଜେପି ଉପସଭାପତି ଗୋଲକ ମହାପାତ୍ର ବିଜେଡିକୁ କଟାକ୍ଷ କରିଛନ୍ତି। ଦେବାଶିଷ ଦିନରେ ଶୋଇ ସ୍ୱପ୍ନ ଦେଖୁଛନ୍ତି ବୋଲି ସେ କହିଛନ୍ତି। ଗୋଲକ କହିଛନ୍ତି, ତାଙ୍କୁ ମୋର ଉପଦେଶ ଯେ ଏମିତି ସ୍ୱପ୍ନ ଦେଖିବା ବନ୍ଦ କରନ୍ତୁ। ୨୪ ବର୍ଷରେ ବିଜେଡି ଯାହା କରିନଥିଲା, ୧୦୦ ଦିନରେ ବିଜେପି ତାହା କରି ଦେଖାଇଛି। ଏହି ସଫଳତା ବିଜେଡି ନେତାଙ୍କୁ ହଜମ ହେଉନି। ସେଥିପାଇଁ ପାଗଳ ଭଳି ପ୍ରଳାପ କରୁଛନ୍ତି।

ଓଡ଼ିଶା ପ୍ରଗତି ପଥରେ ଆଗକୁ ବଢିଚାଲିଛି। ଦିନରେ ସ୍ୱପ୍ନ ଦେଖିବା ବନ୍ଦ କରି ବାସ୍ତବତାକୁ ଆସନ୍ତୁ। ବିଜେଡି ଉପରେ ଆସ୍ଥା ହରେଇ ଜଣଙ୍କ ପରେ ଜଣେ ବିଜେପିକୁ ଆସୁଛନ୍ତି। ବିଜେଡିର ଘର ଖାଲି ହୋଇଗଲାଣି। ତେଣୁ ଏଭଳି ମନ୍ତବ୍ୟ ଦେଇ କର୍ମୀଙ୍କୁ ବଳ ଦେବାକୁ ଚେଷ୍ଟା କେବେ ବି ସଫଳ ହେବେନି।

Leave a Reply

Your email address will not be published. Required fields are marked *