ଝାରସୁଗୁଡ଼ା ବୁଢିପଦର ସ୍ଥିତ ଓଡ଼ିଶା ମେଟାଲିକ୍ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ଜନଙ୍କର ମୃତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକ ମାନଙ୍କୁ ସ୍ଥାନୀୟ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ କରାଯାଉଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ ବରୁଣ ପ୍ରଧାନ (୩୮) ସେ ଜଣେ ଠିକା ଶ୍ରମିକ ଭାବେ କାମ କରୁଥିଲେ ବୋଲି ଜଣା ପଡ଼ିଛି । କାରଖାନାରେ ଗ୍ୟାସ୍ କେମିତି ଓ କାହିଁକି ଲିକ୍ ହେଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି । କେଉଁ ପରିସ୍ଥିତିରେ କାରଖାନାରୁ ଗ୍ୟାସ୍‌ ଲିକ୍‌ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ କାରଖାନାରେ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଶ୍ରମିକମାନେ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ରାଶି ସହିତ ମାସିକ ୨୦ ହଜାର ଟଙ୍କା ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *