ଚିକିଟି ବିଷାକ୍ତ ମଦ ପିଇ ଏକାଧିକ ଲୋକ ଅସୁସ୍ଥ ହୋଇଥିବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଲକ୍ଷ୍ମଣ ବେହେରା । ଏହା ସହ ଚିକିଟି ମଦ ମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା ୩ରେ ପହଂଚିଲା ।

ସୂଚନା ମୁତାବକ; ଚିକିଟିରେ ବିଷାକ୍ତ ମଦ ପିଇ ୨୦ରୁ ଅଧିକ ଅସୁସ୍ଥ ହୋଇଥିବା ଘଟଣାରେ ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନଥିବା ଲକ୍ଷ୍ମଣ ବେହେରାଙ୍କୁ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ରଖା ଯାଇଥିଲା । ଗତକାଲି ମଧ୍ୟରାତ୍ରରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଏବେବି ଆହୁରି ୮ ଜଣ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *