ଭିଜିଲାନ୍ସ ଜାଲରେ ଆରଆଇ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ ରାସୋଳ ଥାନା ଗଣ୍ଡାନାଳୀ ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ(RI) ଶଶିଭୂଷଣ ବେହେରା । ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି। ଜମିବାଡ଼ି ବିବାଦର ବନ୍ଦୋବସ୍ତ ପାଇଁ ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ। ନୁଆବଗ ଗ୍ରାମର ଅଷ୍ଟମୀ ସାହୁଙ୍କଠାରୁ ସେ ଲାଞ୍ଚ ନେଉଥିଲେ ଆରଆଇ ଶଶିଭୂଷଣ ବେହେରା। ଲାଞ୍ଚ ଟଙ୍କା ନେବା ସହ ଶଶୀଭୂଷଣ ଓ ପିଅନ ବିଷ୍ଣୁବଲ୍ଲଭ ଖଟୁଆଙ୍କୁ କାବୁ କଲା ଢେଙ୍କାନାଳ ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ତାଙ୍କର ଗଣ୍ଡାନାଳୀସ୍ଥିତ ସରକାରୀ କାର୍ଯ୍ୟାଳୟ, ଢେଙ୍କାନାଳ ସହରସ୍ଥିତ ସତ୍ସଙ୍ଗ ବିହାର ଓ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଖଙ୍କର ଗ୍ରାମରେ ଥିବା ତାଙ୍କର ପୈତୃକ ଗ୍ରାମରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି। Post navigation ସୁନ୍ଦରଗଡ଼ରେ ଲଜ୍ଜା: ୧୪ବର୍ଷର ନାବାଳିକାକୁ ଅପହରଣ କରି ଜଙ୍ଗଲରେ ଦୁଷ୍କର୍ମ ବିଜେଡିକୁ ଝଟକା: ଅନାସ୍ଥା ଭୋଟ୍ରେ ହାରିଲେ ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା