ଭୁବନେଶ୍ୱର: କଂଗ୍ରେସରେ ଯୋଗଦେଲେ ଗମାଙ୍ଗ ପରିବାର । ଆଜି କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର । ଗମାଙ୍ଗ ପରିବାର ସହ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସରେ ମିଶିଲେ । ଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ହେଲେ ସାମିଲ ।

ଖବର ଅନୁଯାୟୀ, ଗମାଙ୍ଗ ପରିବାର କଂଗ୍ରେସରେ ମିଶିବା ପାଇଁ ୩ ଦିନ ହେବ ଦିଲ୍ଲୀରେ ଡେରା ପକାଇଥିଲେ । ଗିରିଧର କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ମାତ୍ର ତାଙ୍କୁ କିମ୍ବା ତାଙ୍କ ପରିବାରକୁ କୌଣସି ଲାଭ ‌ମିଳିନଥିଲା । ପରେ ଭାରତ ରାଷ୍ଟ୍ର ସମିତି(ବିଆରଏସ୍‌)ରେ ଯୋଗ ଦେଇଥିଲେ । ଏବେ ନିଜ ଆଡୁ ପୁଣି କଂଗ୍ରେସରେ ମିଶିବା ପାଇଁ ଦୀର୍ଘଦିନ ହେବ ଗମାଙ୍ଗ ପରିବାର ପକ୍ଷରୁ ଉଦ୍ୟମ କରାଯାଉଥିଲା । ତେବେ ନୂଆ ପ୍ରଭାରୀ ଭାବେ ଅଜୟ କୁମାର ଯୋଗ ଦେବା ପରେ ମିଶ୍ରଣ ପର୍ବକୁ ବ୍ୟାପକ କରାଯାଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *