ବିଦ୍ୟାଳୟରେ ଖୋଲିଥିବା ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ଦିଆଯିବ ୟୁନିଫର୍ମ । ଶିଶୁ ବାଟିକା ପିଲାଙ୍କୁ ପୋଷାକ, ଜୋତା, କ୍ୟାପ ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଓସେପାର ଚିଠି ।

ରାଜ୍ୟର ୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ମିଳିବ । ଏଥିପାଇଁ ପ୍ରତି ଛାତ୍ର ପିଛା ୧ ହଜାର ଟଙ୍କା ଖର୍ଚ୍ଚ ହେବ । ଚଳିତ ଶିକ୍ଷା ବର୍ଷରେ ମୋହନ ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ କରିଛନ୍ତି । ଏହା ସହିତ ଶିଶୁ ବାଟିକାର ମଧ୍ୟ ଶୁଭାରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *