ଦୁର୍ନୀତିର ଗନ୍ତାଘର ତଥା ଜାଲିଆତିରେ ରେକର୍ଡ କରୁଛି ଜିଲ୍ଲା ସବ୍-ରେଜିଷ୍ଟ୍ରର ଅଫିସ । ସଦ୍ୟତମ ଘଟଣାରେ ମୃତକ ରାତାଲୁ ବୋଷୀଙ୍କର ଉତ୍ତରାଧିକାରୀମାନେ ହରିପୁର ମୌଜା ଅନ୍ତର୍ଗତ କାଶୀପୁର ତହସିଲ ଅଧିନସ୍ଥ ଖାତା ନଂ-୧୭୦ /୬୧, ପ୍ଳଟ ନଂ-୩୭/ ୦୧, ଆୟତନ ୧.୮୯୦ ଏକର ତଥା ଖାତା ନଂ-୧୭୦ /୧୦୪, ୪ ଏବଂ ୩୭/ ୨ର ଅଧିକୃତ ଭାବେ ଝାନ୍ସୀ ରାଣୀ ବୋଷୀଙ୍କ ନାମରେ ପଞ୍ଜୀକୃତ କଲେ ଏବଂ ତହସିଲ ତାଙ୍କ ନାମରେ ପଟ୍ଟା ଜାରି କରି ଥିଲା। ଝାନ୍ସୀ ରାଣୀ ବୋଷୀ ଅନୁସୂଚିତ ଜାତି ସମ୍ପ୍ରଦାୟର ଅଟନ୍ତି । କିନ୍ତୁ ତାଙ୍କ ନାମକୁ ଗୋପନ ରଖି ସେ ଶ୍ରୀନିବାସ ଗଙ୍ଗା ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଲେ । ପ୍ରକୃତ ଜାତି ନଲେଖିବା ଦ୍ବାରା ସରକାରଙ୍କର ଜାରି ହୋଇଥିବା ଅନିର୍ବାଯ୍ୟ ଆଇନ ଅନୁଯାୟୀ ଉପ- ଜିଲ୍ଲାପାଳଙ୍କର ଅନୁମତି ନେବା ଆବଶ୍ୟକ ପଡି ଲା ନାହିଁ । କିନ୍ତୁ ବର୍ତମାନର ସବ୍ – ରେଜିଷ୍ଟ୍ରର ଇଶ୍ୱର କୁମାର ସାହୁ କାଶୀ ନଗର ଥାନାରେ ବିକ୍ରେତାଙ୍କ ନାମରେ ଜାତି ଲୁଚାଇଥିବା ଅଭିଯୋଗ ଦାଖଲ କରିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ନିଜେ ଉକ୍ତ ଦଲିଲକୁ ମଞ୍ଜୁର କରିବା ସହ ଜାତି ଉଲ୍ଲେଖ ନଥୁବା କିନ୍ତୁ ତେଲୁଗୁ ଲେଖାଯାଇଥିବା ଜାତିକୁ ନେଇ ସବ୍-ରେଜିଷ୍ଟ୍ରର ଶ୍ରୀ ସାହୁ ଦଲିଲକୁ ରେଜିଷ୍ଟ୍ରି କେମିତି କଲେ ? ସବ୍-ରେଜିଷ୍ଟ୍ରର ଅଫିସର ଥିବା ଅନ୍ୟ ସହଯୋଗୀ କର୍ମଚାରୀମାନେ ଏହି ସର୍ବନିମ୍ନ ଆବଶ୍ୟକତା ଦେଖିଲେ ନାହିଁ କାହିକିଁ ? ଏଥିରେ ବିକ୍ରେତା କିପରି ଦାୟୀ ହେବେ ? ଏ ସମ୍ପର୍କରେ ସବ୍-ରେଜିଷ୍ଟ୍ରରଙ୍କୁ ନିର୍ଭୟ ତରଫରୁ ତାଙ୍କ ନିଜ ନାମରେ ଏଫ.ଆଇ.ଆର ଦେବା ପାଇଁ ପରାମର୍ଶ ଦିଆଯାଇଥୁଲା। ଜିଲ୍ଲାପାଳ ଗଜପତିଙ୍କର ମତାମତ ମଧ୍ଯ ନିର୍ଭୟର ହସ୍ତଗତ ହୋଇଛି। ସେ କହି ଛନ୍ତି ସବ୍- ରେଜିଷ୍ଟ୍ରର ଓ ଦାୟୀ ଅନ୍ୟ ସହଯୋଗୀ କର୍ମ ଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ର ହଣ କରାଯିବ। ପାରଳାଖେମୁଣ୍ଡି ସବ୍ – ରେଜିଷ୍ଟ୍ର ର ଅଫିସରେ ଚଚଂକତା, ଜାଲିଆତି ଚରମ ସୀମାରେ ପହଂଚିଛି । ଟଙ୍କା ଦେଲେ ଏଠାରେ ସବୁକିଛି ସମ୍ଭବ ହୋଇପାରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସବ୍-ରେଜିଷ୍ଟ୍ରର ଇଶ୍ବର କୁମାର ସାହୁ ଏହାର କିଙ୍ଗପିନ୍ ଅଟନ୍ତି । ତାଙ୍କୁ ତୁରନ୍ତ ଗିରଫ କରିବା ସହ ସର ରକାରଙ୍କର ପ୍ରଶାସନିକ ଦ ଦଣ୍ଡବିଧ୍ ଆଇନ ରୁଲ୍ -୧୫ ଅନୁସାରେ ବହିଷ୍କାର କରାଯିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । Post navigation ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ସ୍ଥାପନ ହେବ ମଦଦୋକାନ ! ୧୦ ଜିଲ୍ଲାରେ ଭିନ୍ନକ୍ଷମ ଆବେଦନ ସର୍ବାଧିକ ବିଚାରାଧୀନ