ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଣି ରିମାଣ୍ଡରେ ଗଲେ ୪ ଅଭିଯୁକ୍ତ। ସେମାନଙ୍କୁ ପୁଣି ୨ ଦିନଆ ରିମାଣ୍ଡରେ ନେଇଛି ପୋଲିସ। ଆଜି ଅଭିଯୁକ୍ତ ଉମା, ଚିଣ୍ଟୁ, କୁରୁପତି ଓ ଯୋଗେନ୍ଦ୍ରକୁ ୨ ଦିନିଆ ରିମାଣ୍ଡରେ ନିଆଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିବ ପୋଲିସ । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଜେଲରୁ ବୈଦ୍ୟନାଥପୁର ଥାନା ପୋଲିସ ରିମାଣ୍ଡରେ ନେଇଛି । ଚାରି ଅଭିଯୁକ୍ତକୁ ରିମାଣ୍ଡରେ ନେଇ ବୈଦ୍ୟନାଥପୁର ଥାନାରେ ରଖାଯାଇ ପୋଲିସ ପଚରାଉଚରା କରୁଛି । ତଦନ୍ତକାରୀ ଅଧିକାରୀ ସହ ନିଜେ ବ୍ରହ୍ମପୁର ଏସପି ଶର୍ବଣା ବିବେକ ଏମ ମଧ୍ୟ ଚାରି ଅଭିଯୁକ୍ତଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି । ତାହସହ ସୁଦର୍ଶନକୁ ପୁଣି ଥାନାକୁ ଡକାଯାଇ ପଚରାଉଚରା କରୁଛି ପୋଲିସ । ଏସପି, ଅତିରିକ୍ତ ଏସପି, ଟାଉନ ଏସଡିପିଓ ଓ ବୈଦ୍ୟନାଥପୁର ଥାନା ଆଇଆଇସି ମାରାଥନ ଜେରା କରିଛନ୍ତି । ଏହା ପୂର୍ବରୁ ପୁଲିସ ୫ଜଣ ସାକ୍ଷୀଙ୍କୁ ଦୁଇଟି ପର୍ଯ୍ୟାୟରେ ମୋଟ ୮ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଟିଆଇ ପରେଡ଼ ପ୍ରକ୍ରିୟା କରିଥିଲା । ଗୁରୁବାର ଟିଆଇ ପରେଡ ରିପୋର୍ଟ ଆସିଛି । ସାକ୍ଷୀମାନେ ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଅଭିଯୁକ୍ତ ସୁଟର କୁରୂପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନକୁ ଚିହ୍ନଟ କରିଥିଲେ। ଏହି ଟିଆଇ ପରେଡ ରିପୋର୍ଟ ଏସଡିଜେଏମଙ୍କ କୋର୍ଟରେ ଦାଖଲ କରାଯାଇଛି। ବ୍ରହ୍ମପୁରର ବିଶିଷ୍ଟ ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗତ ୬ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା। ବ୍ରହ୍ମପୁରରେ ଥିବା ତାଙ୍କ ବାସଭବନରୁ ଅଳ୍ପ ଦୂରରେ ହିଁ ତାଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ। Post navigation Odisha Cabinet Meeting: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ