ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣାରେ ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ । ଏଥିରେ ସମ୍ପୃକ୍ତ ଥିବା ୪ ଜଣ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଛି। ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଓ ୩ ସିନିୟର୍ ରେସିଡେଣ୍ଟ ବହିଷ୍କୃତ କରାଯାଇଥିବା ବେଳେ ଅସ୍ଥିଶଲ୍ୟ ବିଭାଗର ଦ୍ୱିତୀୟ ବର୍ଷ ପିଜି ରେସିଡେଣ୍ଟ ଡାକ୍ତର ପ୍ରିୟଜୀତ ସାହୁଙ୍କ ଉପରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ୬ ମାସ ପାଇଁ ହଷ୍ଟେଲରୁ ବାହାରିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତର ପୁରୁଷୋତ୍ତମ ସ୍ବାଇଁ, ଆରିୟାନ ମହାନ୍ତି ,ଚିନ୍ମୟ ପ୍ରଧାନ ଓ ଯଶବନ୍ତ ଭିରା କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଡିଏମଇଟିଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ସୂଚନା ଦେଇଚନ୍ତି ଡିନ୍ ସୁଚିତ୍ରା ଦାଶ ।

ସୂଚନା ଯୋଗ୍ୟ; ଗତ ୨୦ ତାରିଖରେ ୩ନଂ ହଷ୍ଟେଲରେ ପିଜି ଛାତ୍ରଙ୍କୁ କରାଯାଇଥିଲା ଆକ୍ରମଣ । ଏହାର ଅଭିଯୋଗ ପରେଗତ ୨୩ ତାରିଖରେ ମେଡିକାଲ କଲେଜ କାଉନସିଲର ବୈଠକରେ ହୋଇଥିବା ନିଷ୍ପତ୍ତି ଓ ଓଡ଼ିଶା ଡିଏମ୍‌ଇଟିଙ୍କ ନିର୍ଦ୍ଦେଶକ୍ରମେ ଏହି ୫ ଡାକ୍ତରଙ୍କ ବିରୋଧରେ ଏହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯାଇଥିବା ସୂଚନା ।

Leave a Reply

Your email address will not be published. Required fields are marked *