ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୪ ଜଣ ପିଲା । ୩ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନାବାଳିକା ନିଖୋଜ । ବଡ଼ବାପାଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ଉଦ୍ଧାର ୩ ଜଣଙ୍କୁ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ କିନ୍ତୁ ପାୱାର ବୋଟ୍ କାମ ନ କରିବା ନେଇ ତଟିଥିଲେ ଗ୍ରାମବାସୀ । ଡଙ୍ଗା ସାହାଯ୍ୟରେ ଗ୍ରାମବାସୀଙ୍କ ପକ୍ଷରୁ ଖୋଜାଖୋଜି ଜାରି ରଖିଛନ୍ତି । Post navigation ରାଜ୍ୟରେ ଆଉ ନୂଆ ୭ କରୋନା ଆକ୍ରାନ୍ତ ଟିହ୍ନଟ ନନ୍ଦନକାନନରେ ନୂଆ ଅତିଥି; ଦୁଇ ଶାବକଙ୍କୁ ଜନ୍ମଦେଲା ବାଘୁଣୀ ମୌସୁମୀ