ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡିର ୪ ଜଣ ରାଜ୍ୟସଭା ସାଂସଦ। ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର, ସୁଲତା ଦେଓ ଓ ନିରଞ୍ଜନ ବିଶି ଙ୍କୁ ନେଇ ଗଠିତ ବିଜେଡିର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀର ଏମ୍ସ ଗସ୍ତ କରି ପୁରୀର ବଳଙ୍ଗାରୁ ପୀଡିତାଙ୍କୁ ଭେଟିଥିଲେ।ପୀଡ଼ିତାଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହ ଏମ୍ସ ଡାକ୍ତରଙ୍କ ସହ ସ୍ବାସ୍ଥ୍ୟାବସ୍ଥା ନେଇ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି ।ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ସାଂସଦମାନେ ପୀଡିତାଙ୍କୁ ଦେଖିବା ସହ ଚିକିତ୍ସା ପାଇଁ ଯାହା ଆବଶ୍ୟକ ସମସ୍ତ ସହଯୋଗ କରିବାକୁ ଆଶ୍ବାସନା ଦେଇଛନ୍ତି ।

ଗତ ଶନିବାର ଦିନ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବଳଙ୍ଗା ଥାନା ଅର୍ନ୍ତଗତ ଗୋପିନାଥପୁର ପଞ୍ଚାୟତର ବାଇବର ନୂଆ ଗୋପାଳପୁର ଗାଁରେ ଜଣେ ନାବାଳିକାଙ୍କୁ ୩ ଜଣ ଦୁର୍ବୃତ୍ତ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ତୁରନ୍ତ ଭୁବନେଶ୍ବର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପୀଡିତାଙ୍କ ଶରୀର ୭୫ ଭାଗ ଜଳିଯାଇଥିବା ଡାକ୍ତର କହିଥିଲେ । ତେବେ ଅଧିକ ଚିକିତ୍ସା ପାଇଁ ରବିବାର ଦିନ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା ଜାରି ରହିଛି ।

Leave a Reply

Your email address will not be published. Required fields are marked *