ଦକ୍ଷିଣ ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ଆଜକୁ ୨୦ବର୍ଷ ହେଲା ଏକମାତ୍ର ପଞ୍ଜିକୃତ ସଂଗଠନ ‘ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ’ ତୃଣମୂଳସ୍ତରରୁ ରାଜଧାନୀ ଭୁବନେଶ୍ୱର ଯାଏଁ ୭ ଜିଲ୍ଲା ପାଇଁ କାର୍ଯ୍ୟ କରିଆସୁଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ନେଇ ସଂଗଠନ ଗଢ଼ାଯାଇଛି। ଏହି ଉପଲକ୍ଷେ ପରିଷଦର ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଗୀତଗୋବିନ୍ଦ ସଦନରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ବରେଣ୍ଯ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନା ଖାଁ, ସମ୍ମାନିତ ଅତିଥି ଭାବରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ, ସଂଗଠନର ସଂପାଦକ ବିପିନ ବିହାରୀ ପଣ୍ଡା, ଦକ୍ଷିଣାବର୍ତ୍ତର ସମ୍ପାଦକ ସ୍ୱଦେଶ ସୁନ୍ଦର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିଙ୍କ ଦ୍ୱାରା ଦକ୍ଷିଣାବର୍ତ୍ତର ଏକାଦଶ ସଂକଳନ ଉନ୍ମୋଚିତ ହୋଇଥିଲା।

ପଶ୍ଚିମ ଓଡିଶା ଉନ୍ନୟନ ପରିଷଦ ଗଠନ କରି ଅଞ୍ଚଳର ବିକାଶରେ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି ଏବଂ ବର୍ତ୍ତମାନ ଉତ୍ତର ଓଡିଶାର ଲାଭ ପାଇଁ ଉତ୍ତର ଓଡିଶା ଉନ୍ନୟନ ପରିଷଦ ଗଠନ କାର୍ଯ୍ୟକୁ ବହୁ ଆଗକୁ ନେଲେଣି ଅଥଚ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ଗଠନ ପାଇଁ ସରକାର ଆନ୍ତରିକତାର ସହ ପାଦେ ମଧ୍ୟ ଆଗେଇ ନାହାଁନ୍ତି। ସୌଭାଗ୍ୟବଶତଃ ବର୍ତମାନ ରାଜ୍ୟ ସରକାର ଯେଉଁ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ଗଠନ କରିବା ପାଇଁ ବର୍ତ୍ତମାନ ଚିନ୍ତା କରୁଥିବା କହୁଛନ୍ତି ଆମ ସଂଗଠନର ନାମ ମଧ୍ୟ ସରକାରଙ୍କ ଚିନ୍ତା ସହ ସମାନ। ଏଣୁ ସରକାର କାଳବିଳମ୍ବ ନକରି ଉତ୍ତର ଓଡିଶା ଉନ୍ନୟନ ପରିଷଦ ଭଳି ରାଜସ୍ୱରେ ଅଗ୍ରଭାଗରେ ରହୁଥିବା ପଛୁଆ ଦକ୍ଷିଣ ଓଡିଶା ପାଇଁ ଅବିଳମ୍ବେ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ଗଠନ କରନ୍ତୁ। ଆମ ସଙ୍ଗଠନ ଏଥିପାଇଁ ସମ୍ପୂର୍ଣ୍ଣ ସହଯୋଗର ହାତ ବଢ଼ାଇବା ପାଇଁ ଦୃଢ ପ୍ରତିଶୃତି ଦେଉଛି ବୋଲି ମତ ପରକଃ ପାଇଥିଲା।

ମୁଖ୍ୟ ଅତିଥି ସାଂସଦ ମୁନ୍ନା ଖାଁ ଦକ୍ଷିଣ ଓଡିଶାର ବିକାଶ ପାଇଁ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ରଖିଥିଲେ। ସମ୍ମାନିତ ଅତିଥି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ବିକାଶ କ୍ଷେତ୍ରରେ କୌଣସି ପ୍ରକାର ପାତରଅନ୍ତରକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ଦୀର୍ଘ ୨ ଦଶନ୍ଧି ଧରି ଦକ୍ଷିଣ ଓଡିଶାର ସ୍ୱରକୁ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ସ୍ୱର ଉତ୍ତୋଳନ କରିବା ସହ ସଂଗ୍ରାମ ଜାରି ରଖିଥିବା ଯୋଗୁଁ ସଂଗଠନର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଦେଇଥିଲେ। SKCG ମହାବିଦ୍ୟାଳୟ କିପରି ଖୁବଶିଘ୍ର ବିଶ୍ୱବିଦ୍ୟାଳୟ ଘୋଷଣା ଏବଂ ଏକ କ୍ରୀଡା କମ୍ପ୍ଳେକ୍ସ ପାଇଁ ସରରକାରଙ୍କ ନିକଟରେ ମତ ରଖିବେ ବୋଲି କହିଥିଲେ। ପୋଲଭରମ ଓ କୁଟିଆ ଉପରେ ବିଧାନସଭାରେ ଲଢେଇ ଜାରି ରହିବ ବୋଲି କହିଛନ୍ତି।

ସଭାପତି ଭୃଗୁ ବକ୍ସିପାତ୍ର କହିଥିଲେ, ଗୋପାଳପୁର ବନ୍ଦର ଅନ୍ତର୍ଜାତୀୟ ବୃହତ କାର୍ଯ୍ୟକ୍ଷମ ବନ୍ଦର ହେବ। ଏହା ସୌଭାଗ୍ୟର କଥା କିନ୍ତୁ ଦକ୍ଷିଣ ଓଡିଶାର ଯୁବକଯୁବତୀ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି ହେବ କି? ଆଗାମୀ ଦିନରେ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦକୁ ଉପଖଣ୍ଡସ୍ତରୀୟ ଏକକ କ୍ଷେତ୍ର ମାଧ୍ୟମରେ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଦକ୍ଷିଣ ଓଡ଼ିଶାର ସାମଗ୍ରିକ ବିକାଶର ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇ ଏକ ସ୍ଥାୟୀ ବିକାଶର ଉନ୍ନୟନ ଖସଡା ପ୍ରସ୍ତୁତ କରାଗଲା।

 

ଦ୍ୱିତୀୟ ଅଧିବେଶନରେ ଆଗାମୀ ୨ବର୍ଷ ପାଇଁ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦର ସାଂଗଠନିକ ନିର୍ବାଚନ ଅବସରପ୍ରାପ୍ତ ପ୍ରଫେସର ତଥା ପରିବେଶବିତ୍ ଡଃ. ସୁନ୍ଦର ନାରାୟଣ ପାତ୍ର ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ହୋଇଥିଲା। ସଭାପତି ଭାବରେ ଭୃଗୁ ବକ୍ସିପାତ୍ର ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ଉପସଭାପତି ବିପିନ ବିହାରୀ ପଣ୍ଡା, ସମ୍ପାଦକ ବି.ସୀତାରାମ ପାତ୍ର, କୋଷାଧ୍ୟକ୍ଷ ରାଜକିଶୋର ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକଉମାକାନ୍ତ ପାତ୍ର ନିର୍ବାଚିତ ହୋଇଥିଲେ । ୧୦ଜଣ କାର୍ଯ୍ୟକାରୀ ସଦସ୍ୟ ସ୍ୱଦେଶ ସୁନ୍ଦର ପଟ୍ଟନାୟକ, ଗାନ୍ଧୀ ଚୌଧୁରୀ ରବିନ୍ଦ୍ର କୁମାର ନାହାକ, ମାନସ ତ୍ରୀପାଠି, ସାଗର ଶତପଥି, ଅନନ୍ତ ନାରାୟଣ ମହାନ୍ତି, ସୁନିତା କୁମାରୀ ପାତ୍ର, ଉମି ଡାନିୟଲ, ନୃସିଂହଚରଣ ପଣ୍ଡା, ବିସ୍ମୟ ମହାପାତ୍ର। ୭ ଜିଲ୍ଲାର ୩ଟି ଡିଭିଜନ ଅତି ସକ୍ରିୟ ହୋଇଥିବା ବେଳେ ଆଗାମୀ ସମୟରେ ୯ଟି ଡିଭିଜନରେ ଶାଖା ପାଇଁ ପଦକ୍ଷେପ ନିଆଯିବ ବୋଲି ନୂତନ କମିଟି ଗଠନ ପରେ ସଭପତି ମତ ରଖିଥିଲେ। ଉମାକାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *