ଓଡ଼ିଶାରେ ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦି ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ । ପତ୍ନୀ ସାଂସଦ ଡିମ୍ପଲ୍ ଯାଦବଙ୍କ ସହ ଭୁବନେଶ୍ବରରେ ପହଞ୍ଚିଲେ ଅଖିଳେଶ । ଓଡ଼ିଶା ଗ୍ରସ୍ତର କାରଣ କିଛି ରାଜନୈତିକ କାର୍ଯ୍ୟକ୍ରମ ଅଛି ନା ନାହିଁ ତାହା କୌଣସି ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଅନ୍ୟପଟେ ଅଖିଳେଶ ଯାଦବଙ୍କ ଭୁବନେଶ୍ବର ଗସ୍ତକୁ ନେଇ ବଢ଼ିବାକୁ ଲାଗିଲା ରାଜନୈତିକ ଚର୍ଚ୍ଚା । ଅଖିଳେଶ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିବେ । ଏହା ସହ ସମାଜବାଦୀ ପାର୍ଟିକୁ ଓଡ଼ିଶାରେ ସଂଗଠିତ କରିବାକୁ ଆସିଛି ବୋଲି କହିଛନ୍ତି ଅଖିଳେଶ। ସେ ଆଉ ମଧ୍ୟ କହିଛନ୍ତି ସମାଜବାଦୀ ପାର୍ଟିର ଏଠି ବଡ଼ ସଂଗଠନ ନାହିଁ । ଲୋକଙ୍କୁ ଯୋଡ଼ିବା ପାଇଁ ଆମର ଉଦ୍ୟମ ରହିବ । Post navigation ଭୂମିକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ ବାରିପଦାରେ ଆୟୋଜିତ ହେଲା ପିଏମ୍ ବିଶ୍ବକର୍ମା ଜାତୀୟ କର୍ମଶାଳା ଓ ଏସସି-ଏସଟି ହବ୍ କନକ୍ଲେଭ୍