ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କର ୧୦୦ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କାର୍ଟର ୨୦୧୬ରେ ଚତୁର୍ଥ ପର୍ଯ୍ୟାୟ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତେବେ କର୍କଟ ରୋଗ ହୋଇଥିଲେ ମଧ୍ୟ ସେ ମାନବିକତା ପାଇଁ କାମ ଜାରି ରଖିଥିଲେ। ରବିବାର ଦିନ ଜର୍ଜିଆର ତାଙ୍କ ଘରେ ଜିମି କାର୍ଟରଙ୍କ ପରଲୋକ ଘଟିଛି।

ସୂଚନା ଯୋଗ୍ୟ; ସେ ଆମେରିକାର ୩୯ତମ ରାଷ୍ଟ୍ରପତି ଥିଲେ। କାର୍ଟର ୧୯୭୧ରୁ ୧୯୭୫ ପର୍ଯ୍ୟନ୍ତ ଜର୍ଜିଆର ଗଭର୍ଣ୍ଣର ଥିଲେ। ୧୯୭୭ରୁ ୧୯୮୧ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ରହିଥିଲେ। କାର୍ଟର ୧୯୭୭ରେ ଆର୍ ଫୋର୍ଡଙ୍କୁ ପରାସ୍ତ କରି ରାଷ୍ଟ୍ରପତି ହୋଇଥିଲେ। ଏହା ସହ ୨୦୦୨ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ସହ ସେ ଜଣେ ବ୍ୟବସାୟୀ, ନୌସେନା ଅଧିକାରୀ, ରାଜନେତା, ବୁଝାମଣାକାରୀ, ଲେଖକ ଥିଲେ। ପଦ ଛାଡିବାର ବର୍ଷକ ପରେ ସେ କାର୍ଟର ସେଣ୍ଟର ନାମରେ ଏକ ଦାତବ୍ୟ ସଂସ୍ଥା ପ୍ରତିଷ୍ଠା କରିଥିଲେ।

Leave a Reply

Your email address will not be published. Required fields are marked *