ବିଜେପିରେ ମିଶିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ରାଜ୍ୟ ପାର୍ଟି ଅଫିସରେ ପଦ୍ମ ଧରିଲେ ପୂର୍ବତନ ବିଜେଡ଼ି ସାଂସଦ ତଥା ବିଜେଡ଼ି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା । ଶତାଧିକ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ପଦ୍ମ ଧରିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରବୀନ୍ଦ୍ର ଜେନା । ରବୀନ୍ଦ୍ରଙ୍କ ସହିତ ବାଲେଶ୍ବର ବସ୍ତା ବ୍ଲକ ସଭାପତି, ବାଲେଶ୍ଵର ସଦର ବ୍ଲକ ସଭାପତିଙ୍କ ସମେତ ୬ ଜଣ ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ବିଜେପିରେ ମିଶିଛନ୍ତି । କାର୍ଯ୍ୟାଳୟରେ ମନମୋହନ ସାମଲ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ରବୀନ୍ଦ୍ରଙ୍କ ସହିତ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ରଞ୍ଜିତ କୁମାର ମହାପାତ୍ର, ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଗଣେଶ ମହାପାତ୍ର, ବାଲେଶ୍ୱର ଅର୍ବାନ କୋଅପରେଟିଭ୍ ସଭାପତି ସୂର୍ଯ୍ୟକାନ୍ତ କର, ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନୀତା ବେହେରା, ବଡ଼ସାହି ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀନତି ସେ, ବେତନଟୀ ପଞ୍ଚୟତ ସମିତି ଅଧ୍ୟକ୍ଷା କୌଶଲ୍ୟା ମାଝୀ ଏବଂ ବସ୍ତା ବ୍ଲକ୍ ଅଧ୍ୟକ୍ଷା ଅଞ୍ଜଳି ଦାଶ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି । Post navigation Wood And Coal Stoves: ହଟିବ କାଠ ଓ କୋଇଲା ଚୁଲା କଟକଣା Satyabrata Patra Joins The Congress Party: କଂଗ୍ରେସରେ ପୁନଃ ଯୋଗ ଦେଲେ ନିମାପଡ଼ାର ବିଶିଷ୍ଟ ନେତା ସତ୍ୟବ୍ରତ ପାତ୍ର