କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ନର୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଧନେଶ୍ୱର ମାଝୀଙ୍କର ପରଲୋକ ଘଟିଛି । ୮୪ ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଛନ୍ତି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ ପରଲୋକ ଖବର ଜଣାପଡିବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।

ଧନେଶ୍ୱର ମାଝୀ କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ହୋଇଥିବାବେଳେ ରାଜ୍ୟସଭା ସାଂସଦ ମଧ୍ୟ ରହିସାରିଛନ୍ତି । ୧୯୭୧, ୧୯୭୪, ୨୦୦୦, ୨୦୦୪ ଏବଂ ୨୦୧୪ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଏହା ସହିତ ସେ ବିଜେଡ଼ିରୁ ରାଜ୍ୟସଭାକୁ ମଧ୍ୟ ଯାଇଥିଲେ । ସେ ପ୍ରଥମେ ୨୦୦୦ ମସିହାରୁ ୨୦୦୯ ମସିହା ଯାଏଁ ବିଜେପି ଦଳରେ ଥିଲେ । ଏହା ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ । ଦୀର୍ଘ ୧୫ ବର୍ଷ ପରେ ସେ ପୁଣି ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave a Reply

Your email address will not be published. Required fields are marked *