ମେଜର ଓ ବାନ୍ଧବୀଙ୍କ ମାଡ଼ ଘଟଣାରେ ଭୁବନେଶ୍ବର ମେଜର-ପୋଲିସ ବିବାଦ ଲାଗି ରହିଥିବା ବେଳେ ଏବେ ଘଟଣା ଭିନ୍ନ ମୋଡ଼ ନେଇଛି। ପୂର୍ବତନ ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି। ଅଭିଯୋଗ ଆଣିଲେ ସେନା ଅଧିକାରୀଙ୍କ ବାନ୍ଧବୀ ଅଙ୍କିତା।

ମେଜରଙ୍କ ବାନ୍ଧବୀ ଘଟଣା ଦିନର କାହାଣୀ କହିଛନ୍ତି। କିଭଳି ତାଙ୍କୁ ପୂର୍ବତନ ଆଇଆଇସି ଯୌନ ନିର୍ଯାତନା ଦେଇଥିଲେ, ସେ କଥା କହିଲେ। ୧୫ ତାରିଖ ରାତି ୧ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁବଂଶଙ୍କ ସହ ଫେରୁଥିଲି। ରାସ୍ତାରେ କିଛି ଦୁର୍ବୃତ୍ତ ଅଟକାଇ ହଇରାଣ କଲେ, ସେଠୁ କଷ୍ଟରେ ମୁକୁଳିଲୁ। ସେମାନଙ୍କ ନାଁରେ ଏତଲା ଦେବାକୁ ଆମେ ଭରତପୁର ଥାନାରେ ପହଞ୍ଚିଲୁ। ଥାନାରେ ଜଣେ ମହିଳା କନ୍‌ଷ୍ଟେବଲ ବସିଥିଲେ,
ଏତଲା ରଖିବା ବଦଳରେ ସେଠାରେ ଆମକୁ ଗାଳିଗୁଲଜ କଲେ।

କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସି ଗୁରୁବଂଶଙ୍କୁ ହାଜତରେ ପୂରାଇଦେଲେ। ପ୍ରତିବାଦ କରିବାରୁ ୨ ଜଣ ମହିଳା ପୋଲିସ ମୋତେ ଘୋଷାଡ଼ି ପିଟିଲେ। ଜଣେ ଲେଡି କନଷ୍ଟେବଲ ଗଳା ଚିପି ଦେଇଥିଲେ। ସେମାନେ ମୋ ହାତ ଗୋଡ଼ ବାନ୍ଧି ଗୋଟିଏ ରୁମ୍‌ରେ ପୂରାଇଦେଲେ। ୨ ଜଣ ପୁରୁଷ ପୋଲିସ ତଳେ ପକାଇ ବିଧା ଗୋଇଠା ମାରିଚାଲିଲେ। ଭୋର୍ ସମୟରେ ଆଇଆଇସି ପହଞ୍ଚି ଦୁଷ୍କର୍ମ ଉଦ୍ୟମ କରିଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *