ବିଜେଡିରୁ ଇସ୍ତଫା ଦେଲେ ବାଲେଶ୍ଵରର ପୂର୍ବତନ ସାଂସଦ ତଥା ପୂର୍ବତନ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି । ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହି ଦଳର ସଂଗଠନକୁ ସୁଦୃଢ଼ କରିବା ସହ ବାଲେଶ୍ଵରବାସୀଙ୍କ ସେବା କରି ଆସିଛନ୍ତି କିନ୍ତୁ କେତେକ ବ୍ୟକ୍ତିଗତ କାରଣ ଏବଂ ପରିସ୍ଥିତି ନିମନ୍ତେ ଦଳରୁ ଅଲଗା ହେବାକୁ ସେ ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି । ଦଳ ତରଫରୁ ମିଳିଥିବା ସମସ୍ତ ସହଯୋଗ, ସମ୍ମାନ ଏବଂ ସୁଯୋଗ ପାଇଁ ସେ ରାଜ୍ୟ ନେତୃବୃନ୍ଦ, ସହକର୍ମୀ ଏବଂ ବାଲେଶ୍ଵର ଜିଲ୍ଲାର ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ନିକଟରେ ଗଭୀର କୃତଜ୍ଞତା ପ୍ରକାଶ କରୁଥିବା କହିଛନ୍ତି । ୨୦୧୪ ନିର୍ବାଚନରେ ବିଜୟୀ ହେବା ପରେ ଜେନା ୧୬ତମ ଲୋକସଭାରେ ବାଲେଶ୍ୱରରୁ ପ୍ରତିନିଧିତ୍ୱ କରିଥିଲେ । ତେବେ, ୨୦୧୯ ଲୋକସଭା ନିର୍ବାଚନରେ, ସେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ପରାସ୍ତ ହୋଇଥିଲେ । ତାଙ୍କ ପତ୍ନୀ ସୁବାସିନୀ ଜେନା ବାଲେଶ୍ୱର ଜିଲ୍ଲାର ବସ୍ତା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟିକା ଅଟନ୍ତି । ସେ ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । Post navigation Nyaya Sanhita Ranking: ନ୍ୟାୟ ସଂହିତା କାର୍ଯ୍ୟକାରିତାରେ ଓଡିଶା ପଛରେ ପଡିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କଲା ବିଜେଡି LPG Available In Odisha: ରାଜ୍ୟରେ ଅଭାବ ନାହିଁ ରନ୍ଧନ ଗ୍ୟାସ: ମୁଖ୍ୟ ଶାସନ ସଚିବ