ସାମ୍ନାକୁ ଆସିଲା ଆଇସିସି କୁ ପୀଡ଼ିତା ବାପାଙ୍କ ଗୁହାରି । ଝିଅକୁ ଫକୀର ମୋହନ କଲେଜ ର ଏଚ୍ଓଡି ସମୀର ସାହୁ ନିର୍ଯ୍ୟାତନା ଦେଉଥିବା ସମ୍ପର୍କରେ ଆଇସିସି କମିଟିକୁ ଚିଠି ଜରିଆରେ ଅବଗତ କରିଥିଲେ ସୌମ୍ୟାଶ୍ରୀଙ୍କ ବାପା । ଝିଅ ଆଗକୁ କିଛି ବଡଧରଣର ଭୁଲ କରି ପାରେ ବୋଲି ଆଗରୁ ଆଭାସ ପାଇଥିଲେ ଏଫଏମ ପୀଡିତାଙ୍କ ବାପା । ସେଇଥିପାଇଁ ସେ କଲେଜ ଆଇସିସିକୁ ଏକ ଆବେଗଭରା ଚିଠି ଲେଖିଥିଲେ ଏବଂ କଲେଜର ସହଯୋଗ ଲୋଡିଥିଲେ । ଜୁଲାଇ ୭ ରେ ଏଫଏମ କଲେଜ ଆଇସିସି କମିଟି ଅଧ୍ୟକ୍ଷଙ୍କୁ ଚିଠିରେ ସେ ଲେଖିଥିଲେ ଯେ ଏତେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିବା ବେଳେ ସମୀର ସାରଙ୍କ ନାଁରେ କାହିଁକି ଝିଅ ଅଭିଯୋଗ କରୁଛି । ଝିଅ ୨୦-୨୨ ଦିନ କଲେଜ ଯାଇ ନ ଥିବା କଥା ସମୀର ସାର୍ଙ୍କୁ ସେ ଜଣାଇଥିଲେ । ତେବେ ଝିଅ ପାଠ ପଢ଼ୁନି କହିବାରୁ ପାଠ ମନସ୍କ କରାଇବାକୁ କହିଥିଲେ । ଝିଅକୁ ପଚାରିବାରୁ ୪ ମିନିଟ୍ ବିଳମ୍ବ ହେବାରୁ ବାହାରେ ସାର୍ ଛିଡ଼ା କରି ଅପମାନିତ କରିଥିବା କଥା ଝିଅ କହିଥିଲା । ଝିଅର ସାଙ୍ଗମାନଙ୍କ ସହ କଥା ହୋଇ ମାନସିକ ଅବସାଦ କଥା ଜାଣିପାରିଥିଲେ ବାପା । କ୍ଲାସ୍ରେ ୬ ବର୍ଷ ରଖିବେ କହି ଅପମାନିତ କରିଥିଲେ ସାର୍ । ଏଥିପାଇଁ କିଛି ପିଲା ଟାହି ଟାପରା କରୁଥବା ସାଙ୍ଗମାନେ କହିଥିଲେ । ସାର୍ଙ୍କ ଅଶାଳୀନ ମନ୍ତବ୍ୟ ଝିଅ ତା’ ମାଆକୁ କହିଥିଲା ବୋଲି ବାପା ଚିଠିରେ ଦର୍ଶାଇଥିଲେ । Post navigation ଏଫଏମ କଲେଜ ପୀଡିତାଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ପ୍ରଦାନ କଲେ ରାଜ୍ୟ ସରକାର ପୁରୀ ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବା କହିଲେ ଏମ୍ସ ନିର୍ଦ୍ଦେଶକ