ଜଳମଗ୍ନ ହେଲା ଗୁଜରାଟ। ଚାରିଆଡେ ଲାଗିଲା ବର୍ଷାର କର୍ଫ୍ୟୁ। ପ୍ରବଳ ବର୍ଷା ପରେ ହୋଇଛି ଜଳପ୍ରଳୟ। ବନ୍ୟା ସ୍ଥିତି ଉପୁଜିଛି। ଫଳରେ ଅଧା ରାଜ୍ୟ ପାଣିରେ ବୁଡ଼ି ଯାଇଛି। ଗତ ତିନି ଦିନ ମଧ୍ୟରେ ଏଠାରେ ୨୯ ଜଣ ପ୍ରାଣ ହରାଇ ସାରିଲେଣି। ସେହିପରି ଅନେକ ନିଖୋଜ ଅଛନ୍ତି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ୫ ଜିଲ୍ଲା ତଥା ରାଜକୋଟ, ଆନନ୍ଦ, ଖେଡ଼ା, ମୋରବି, ଭଦୋଦରା ଏବଂ ଦ୍ୱାରକାରେ ସ୍ଥିତି ସଙ୍ଗୀନ ହୋଇଛି। ଏବେ ସୁଦ୍ଧା ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

By Nirvay

Leave a Reply

Your email address will not be published. Required fields are marked *