ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ୫ ପୋଲିସ ନିଲମ୍ବିତ ହୋଇଛନ୍ତି। ୫ ପୋଲିସ କର୍ମଚାରୀଙ୍କ ବିରୋଧରେ ଡିଜିପି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଭରତପୁର ଥାନାର ପୂର୍ବତନ ଆଇଆଇସି ଦିନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ ଓ ସାଗରିକା ରଥ, କନଷ୍ଟେବଳ ବଳରାମ ହାଁସଦା ମଧ୍ୟ ନିଲମ୍ବିତ ହୋଇଛନ୍ତି।

ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ମାଡ଼ ମାରିବା ସହ ଗିରଫ କରିବା ଘଟଣାରେ କ୍ରାଇମବ୍ରାଞ୍ଚଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଅନୁଯାୟୀ, ଶନିବାର ରାତିରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ ବିଳମ୍ବିତ ରାତିରେ ପଟିଆରୁ ଫେରିବା ସମୟରେ ଯୁବକ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଅଟକାଇଥିଲେ। ସେମାନେ ସେନା ଅଧିକାରୀଙ୍କୁ ଧକ୍କା ମାରିବା ସହ ଧମକ ଦେଇ ପଳାଇଥିଲେ। ଏ ନେଇ ସେମାନେ ଥାନାକୁ ଯାଇଥିବା ବେଳେ ଦୁବୃର୍ତ୍ତଙ୍କୁ ଧରିବା ପରିବର୍ତ୍ତେ ପୋଲିସ ଓଲଟା ଅଭିଯୋଗକାରୀଙ୍କୁ ନିର୍ଯାତନା ଦେଇଥିଲା ।

Leave a Reply

Your email address will not be published. Required fields are marked *