ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇସୋଲେସନରେ ଥିବା ସନ୍ଦିଗ୍ଧଙ୍କଠାରେ ଏମପକ୍ସ ଭୂତାଣୁ ଚିହ୍ନଟ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଲ୍ୟାବ୍‌ ଟେଷ୍ଟ ପାଇଁ ଯାଇଥିବା ନମୁନାରୁ ମଙ୍କିପକ୍ସ ଭୂତାଣୁ ଥିବା ସ୍ପଷ୍ଟ ହୋଇଛି । ଚିହ୍ନଟ ମଙ୍କିପକ୍ସ ଭୂତାଣୁ ପଶ୍ଚିମ ଆଫ୍ରିକୀୟ କ୍ଲାଡ୍‌-୨ ବର୍ଗର ବୋଲି ଜଣାପଡିଛି । ପ୍ରକାଶ ଯେ, ଯୁବକ ଜଣଙ୍କ ନିକଟରେ ମଙ୍କିପକ୍ସ ଦେଶକୁ ଯାଇ ଫେରିଥିଲେ। ତାଙ୍କୁ କାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମଙ୍କିପକ୍ସ ହେଲେ ସାଧାରଣତଃ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଘୋଳାବିନ୍ଧା ହୁଏ। ହାଡ଼ଫୁଟି ଭଳି ଦେହସାରା ଫଳିଯାଏ । ଏହି ଲକ୍ଷଣ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ଶିଶୁ, ଗର୍ଭବତୀ, କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ପାଇଁ ବିପଦ । ଏହାର କୌଣସି ଉପଯୁକ୍ତ ଚିକିତ୍ସା ନଥିବା ବେଳେ ପୋଷକଯୁକ୍ତ ଖାଦ୍ୟ, ପାଣି ପିଇବା ଓ ପର୍ଯ୍ୟାପ୍ତ ନିଦ ପାଇଁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *