ଦ୍ବିତୀୟ ପର୍ଯ୍ୟାୟ ପ୍ରଥମ ‘ସୁଭଦ୍ରା’ କିସ୍ତି ଟଙ୍କା ଅକ୍ଟୋବର ୯ ତାରିଖରେ ଆସିବ। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଦେଇଛନ୍ତି। ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିସ୍ତି ଟଙ୍କା ପ୍ରଦାନ କରିବେ। ୪୦ ଲକ୍ଷରୁ ଅଧିକ ହିତାଧିକାରୀ ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ପାଇବେ। ସୁଭଦ୍ରା ଯୋଜନାର ପ୍ରଥମ ହିତାଧିକାରୀ ଓ କୋଟିଏ ନମ୍ବରରେ ଥିବା ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବର୍ଦ୍ଧିତ କରିବେ। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିଲା। Post navigation ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ; ସ୍ବାସ୍ଥ୍ୟସେବା ସ୍ୱାଭାବିକ ମନ କି ବାତ୍ରେ ମୟୂରଭଞ୍ଜ ଯୁବକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ