ଭୁବନେଶ୍ୱର : ଆନ୍ଦୋଳନ ପ୍ରତ୍ୟାହାର କଲେ ଅଗ୍ନିଶମ କର୍ମଚାରୀ । କାର୍ଯ୍ୟରେ ଯୋଗ ଦେବେ କହିଲେ ଆନ୍ଦୋଳନରତ କର୍ମଚାରୀ । ଏସ୍‌ମା ଓ ବାଧ୍ୟତାମୂଳକ ଅବସର ଚେତାବନୀ ପାଇଁ ଓହରିଲେ ଅଗ୍ନିଶମ କର୍ମଚାରୀ । ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ସଂସ୍ଥା ପକ୍ଷରୁ ଦୁଇ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିବାଲା । ଦୁଇ ଦଫା ଦାବି ନେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ, ଆଗ୍ନିକ ଗାଡି ଚାଳକ ଓ ହାବିଲଦାରଙ୍କ ପୂର୍ବପରି ଓଡ଼ିଶା ପୋଲିସ ସିପାହୀ ଓ ହାବିଲଦାରଙ୍କ ଦରମା ଲେବଲ୍‌ ଓ ଭତ୍ତା ସହ ସମାନ କରିବା, ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଞ୍ଜୀକରଣ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଆଜି ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *