ନୂଆପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରୋଇ କଳି ଉଗ୍ରରୂପ ନେଇଛି। ପିଶାଚ ବାପା ଜଘନ୍ୟ କାଣ୍ଡ କରିଛି। ୧୪ ମାସର ପୁଅକୁ ହତ୍ୟା କରିବା ସହ ୧୦ ବର୍ଷର ଝିଅର ଗଳା କାଟିଛି ବାପା। ବୋଡେନ ଥାନା କୋଟିଆପଡ଼ା ଗାଁରେ ଏଭଳି ଅମାନୁଷିକ କାଣ୍ଡ ଘଟିଛି। ସ୍ତ୍ରୀ ନଥିବା ବେଳେ ଗାଁ ପାଖ ଚୂଆରେ ଶିଶୁପୁତ୍ରକୁ ବୁଡ଼ାଇ ମାରିଛି ବାପା। ୧୦ ବର୍ଷର ଝିଅର ତଣ୍ଟି କାଟି ମାରିଦେବାକୁ ଉଦ୍ୟମ କରିଥିଲା। ପରେ ଘର ଆଗରେ ପୁଅର ମୃତଦେହ ରଖି ବାପା ଫେରାର୍ ହୋଇଯାଇଛି। ଗୁରୁତର ଅବସ୍ଥାରେ ନାବାଳିକା ଝିଅକୁ ବୋଡେନ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *